ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ମାଣ୍ଡେଲ ଠାରେ ଗୁରୁବାର ଦିନ ପଞ୍ଚାୟତସ୍ତରୀୟ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଲିଲି ଦୀପ ଓ ହରିଶଙ୍କର ମାଝୀ, ନର୍ଲା ବିଡ଼ିଓ ରିପୁନାଥ ସୁନା, ଜିପିଓ ରବି କୁମାର ନାଏକ, ନର୍ଲା ସରପଞ୍ଚ ତନୁଜା ହରପାଲ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ଉଲିକୁପା ସରପଞ୍ଚଙ୍କ ପ୍ରତିନିଧି ଚିତ୍ତ ଶବର, ବିଶିଷ୍ଟ ଲୋକକଳାକାର ସର୍ବେଶ୍ୱର ଭୋଇ, ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର ନାଏକ ଏବଂ ସାରଥି ନାଏକ ପ୍ରମୁଖ ମଞ୍ଚାସିନ ରହି ରାଜ୍ୟ ସରକାରଙ୍କ ଦ୍ବାରା ରୂପାନ୍ତିକରଣ, ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ଧାର୍ମିକ ସ୍ଥଳୀ ଗୁଡ଼ିକର ରୂପାନ୍ତରୀକରଣ, ମହିଳା ସଶକ୍ତିକରଣ ଓ ଭିତ୍ତିଭୂମିର ବିକାଶ, ବ୍ୟାଙ୍କିଙ୍ଗ ଭିତ୍ତିଭୂମିର ବିକାଶ, ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରୀକରଣ, କ୍ରୀଡ଼ା ଭିତ୍ତିଭୂମିର ବିକାଶ, ଐତିହ୍ୟ ଭିତ୍ତିଭୂମିର ବିକାଶ, ସୁଗମ ପରିବହନ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ଲୋକ ସଂସ୍କୃତି ଗବେଷକ ତଥା ଓଡ଼ିଆ ବାର୍ତ୍ତା ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନୀତ କରାଯାଇଥିଲା। ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ସଂପର୍କରେ ଏଲ୍.ଇ.ଡି ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ବିଭାଗ ତରଫରୁ ଲୋକଙ୍କୁ ସଚେତନ କରିବା ପାଇଁ ଷ୍ଟଲ ଗୁଡ଼ିକ ଖୋଲା ଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ବଜାଶାଲ, ଘୁମୁରା, ବନାବାଡି, ଓଡ଼ିଶୀ, ସମ୍ବଲପୁରୀ ଆଦି ଅନେକ ଲୋକନୃତ୍ୟ ପରିବେଷିତ ହୋଇଥିଲା।
ଶିକ୍ଷାବିତ ମନୋଜ କୁମାର ଭୋଇ ସଭା ସଂଚାଳନ କରିଥିବାବେଳେ ପିଇଓ ଆରତୀ ମାଝୀ, ଜିଆରଏସ ଆୟୁଷ୍ମାନ ବୁଦ୍ଧିଆ, ଯୋଗାଣ ସହାୟକ ବାସବ ମହାନନ୍ଦ, ପିଅନ ମକୁନ୍ଦ ମାହାରଙ୍କ ସମେତ ସମସ୍ତ ୱାର୍ଡ଼ ମେମ୍ବର, ନାଏବ ସରପଞ୍ଚ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସିଆରପି, ଏମବିକେ, ମିଶନ ଶକ୍ତି ମହିଳାମାନଙ୍କ ସମେତ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ। ପରିଶେଷରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଆରତୀ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।