ପୋଟେସ ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ପଣ୍ଡିଗାଁ ଚମ୍ପିୟାନ 

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନୀ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଗାଁ ଗ୍ରାମ ପଂଚାୟତର ପୋଟେସ ଗ୍ରାମରେ ମା ଠାକୁରାଣୀ ଗ୍ରୀନ ଟେନିସ ବଲ୍ କ୍ରିକେଟ ଟୁର୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣାମେଣ୍ଟର ଉଦ‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ହଂସ, ପଣ୍ଡିଗାଁ ସରପଞ୍ଚ କବିତା ଜୈନ, ନାଏବ ସରପଞ୍ଚ ହେମଲତା ନାଏକ ଯୋଗ ଦେଇଥିଲେ। ଏହି ଟୁର୍ଣାମେଣ୍ଟରେ ୩୨ ଟି ଦଳ ଭାଗ ନେଇଥିଲେ ଓ ପଣ୍ଡିଗାଁ ଏବଂ ରେଙ୍ଗେଲ ପାଲି ଦଳ ଫାଇନାଲରେ ପ୍ରବେଶ କରିଥିଲେ। ଫାଇନାଲ ମ୍ୟାଚରେ ପଣ୍ଡିଗାଁ ଦଳ ରେଙ୍ଗେଲ ପାଲି ଦଳକୁ ପରାସ୍ତ କରି ଚମ୍ପିୟାନ ହୋଇଥିଲେ। ବିଜେତା ପଣ୍ଡିଗାଁ ଦଳକୁ ଟ୍ରଫି ସହ ନଗଦ ୨୪୦୦୦ ଟଙ୍କା ଏବଂ ଉପ ବିଜେତା ରେଙ୍ଗେଲ ପାଲି ଦଳକୁ ଟ୍ରଫି ସହିତ ନଗଦ ୧୬୦୦୦ ଟଙ୍କା ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଖେଳର ଧାରା ବିବରଣୀ ମୁକେଶ କୁମାର ଶର୍ମା ପ୍ରଦାନ କରିଥିବା ବେଳେ ସ୍କୋରର ଦାୟିତ୍ୱ ଜଗଦୀଶ ବାଗ ସମ୍ପାଦନ କରିଥିଲେ। ଫାଇନାଲ ଖେଳରେ ଆମ୍ପିଆର ଭାବେ ତୋଫାନ ମାଝୀ ଓ ଜୟଦେବ ବଚ୍ଛା ରହିଥିଲେ। ଉକ୍ତ ଟୁର୍ଣାମେଣ୍ଟର ଅୟୋଜନ ଓ ପରିଚାଳନା ଚନ୍ଦ୍ର ଶେଖର ମାଝୀ କରିଥିବା ବେଳେ ତୁଳାରାମ ପାନ, ଶୋଭା ସୁନାନୀ, ବିଷ୍ଣୁ ନାରାୟଣ ବାଗଙ୍କ ସମେତ ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.