ଗଜାନନ ଯୁବକ ସଂଘ ପକ୍ଷରୁ ନୂତନ ବିଡିଓଙ୍କୁ ସ୍ଵାଗତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକରେ ଯୋଗଦେଇଥିବା ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଣ୍ଟୁ ଖମାରୀଙ୍କୁ “ଗଜାନନ ଯୁବକ ସଂଘ, ଭୋଇରମୁଣ୍ଡା” ପକ୍ଷରୁ ସଭାପତି ଗିରିଧାରୀ ସାହୁ, ସମ୍ପାଦକ ଅଶୋକ ସାହୁ, ଖଗେଶ୍ବର ସାହୁଙ୍କ ସମେତ ୨୦ ରୁ ଉର୍ଦ୍ଧ୍ବ ସଦସ୍ୟ ପୁଷ୍ପଗୁଛ ଦେଇ ସ୍ୱାଗତ କରିଛନ୍ତି । କ୍ଲବର କର୍ମକର୍ତ୍ତା, ସଦସ୍ୟ ଓ ବିଡ଼ିଓଙ୍କ ମଧ୍ୟରେ କର୍ଲାମୁଣ୍ଡା ବ୍ଲକ୍ ର ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ଗମନାଗମନ, ଆଇନ୍ ଶୃଙ୍ଖଳା ଓ କ୍ଲବ ବିଷୟରେ ଆଲୋଚନା ହୋଇଥିଲା । ଅନୁଷ୍ଠାନର ଉନ୍ନତି ପାଇଁ ସହଯୋଗ କରିବାକୁ କ୍ଲବ ତରଫରୁ ବିଡ଼ିଓଙ୍କୁ ଅନୁରୋଧ କରାଯାଇଥିଲା । ବିଡିଓ ଯାହାକିଛି ସମସ୍ୟା ଅଛି ଆଗାମି ଦିନରେ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିରେ “ଭୋଇରମୁଣ୍ଡା ରୁ ତାଳଭଅଁରା” ଛକ ପର୍ଯ୍ୟନ୍ତ ୨ କି.ମି. ରାସ୍ତା ଖାଲ ଢିପ ହୋଇଥିବାରୁ ଏହି ରାସ୍ତାକୁ ମେଟାଲ ମରୋମ କାମ କରିବାକୁ ଏକ ଲିଖିତ ଅନୁରୋଧ କରାଯାଇଛି । ଏହାକୁ ଏମଜିଏନ୍ଆରଜିଏସ୍ ବିଭାଗକୁ ତୁରନ୍ତ ହସ୍ତାନ୍ତର କରିବା ସହ ରେଗଡା କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ ମିଶ୍ରଙ୍କୁ ଯଥାଶୀଘ୍ର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ବିଡିଓ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ବିଡିଓ ଶ୍ରୀ ଖମାରୀ ତତ୍ପରତା ଦେଖାଇଥିବାରୁ ଅଶୋକ ସାହୁ ଅନୁଷ୍ଠାନ ପକ୍ଷରୁ ଧନ୍ୟବାଦ ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.