ଡାଲଗୁମାରେ ‘ଆମ ଓଡ଼ିଶା’ ସଚେତନତା ଶିବିର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଡାଲଗୁମା ଠାରେ ଶୁକ୍ରବାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ସଚେତନତା ଶିବିରରେ ଅନୁଷ୍ଠିତ ହୋଇଛି। ସରପଞ୍ଚ ଯୋଗେନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଟେର ଜିଲ୍ଲା ପରିଷଦ ସଭ୍ୟ ବୈଜୟନ୍ତି ପୁଝାରୀ ମୁଖ୍ୟ ଅତିଥି, ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ ମୁଖ୍ୟବକ୍ତା, ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡ଼ି ସଭାପତି ମାନସ ରଞ୍ଜନ ବାଗ, କୋକସରା ବ୍ଲକ ଆତ୍ମା ଅଧ୍ୟକ୍ଷ ରୁତୁରାଜ ମାଝି, ଭାରପ୍ରାପ୍ତ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବିରଞ୍ଚି ଖର୍ସେଲ, ନାଏବ ସରପଞ୍ଚ ଗୀତାଞ୍ଜଳି ଖର୍ସେଲ, ପ୍ରଧାନ ଶିକ୍ଷକ ଦିଗାମ୍ବର ଦଳପତି, ହୃଷିକେଶ ଘି, ପୂର୍ବତନ ସମିତି ସଭ୍ୟ ଭୁବନେ ମାଝୀ, ୱାର୍ଡ଼ ସଭ୍ୟ ପ୍ରବୀଣ ପଣ୍ଡା, ପୂର୍ବତନ ସରପଞ୍ଚ ସରୋଜିନୀ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ତରଫରୁ କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ।ଏହି କ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତି, ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା, ଏବଂ ସଚେତନତା ପୁସ୍ତିକା ମଧ୍ୟ ବଣ୍ଟନ କରାଯାଇଥିଲା। ବିଭିନ୍ନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଷ୍ଟଲ୍ ଗୁଡ଼ିକ ଖୋଲାଯାଇ ନିଜ ନିଜ ବିଭାଗର ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନତା କରାଯାଇଥିଲେ। ବଜାସାଲ ସମେତ ବିଭିନ୍ନ ସାଂସ୍କୃତିକ ଦଳ ନୃତ୍ୟ ପରିବେଶଣ କରିଥିଲେ। ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ସୋରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଟିକେଶ୍ବର ରାଉତ ଓ ଭକ୍ତିରାମ ପୋଡ଼ ମଞ୍ଚ ପରିଚାଳନା କରିଥିବାବେଳେ ଗ୍ରାମ ରୋଜଗାର ସେବକ ଜନ୍ମେଜୟ ଘି ଓ ପଞ୍ଚାୟତ କର୍ମଚାରୀମାନେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.