ପୁଣି ଦାଦନ ଖଟି ଯାଉଛନ୍ତିି ଶ୍ରମିକ

ଦାଦନ ସମସ୍ୟା ରୋକିବାରେ ବିଫଳ ସରକାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କରୋନା ଆତଙ୍କ ଯୋଗୁଁ ଲକଡାଉନ ସ୍ଥିତିରେ ସମସ୍ତ କଳକାରଖାନା ବନ୍ଦ ହୋଇ ପଡିବା ଫଳରେ ରୋଜଗାର ହରାଇ ବାହାର ରାଜ୍ୟରେ ହନ୍ତସନ୍ତ ହୋଇଥିଲେ ଓଡିଶାରୁ ଦାଦନ ଖଟିଯାଇଥିବା ଓଡିଆ ଶ୍ରମିକ । ଲକଡାଉନ ପରିସ୍ଥିତିରେ ଗରିବ ଶ୍ରମିକ ମାନଙ୍କ ଜୀବନ ମରଣ ସମସ୍ୟା ଉପଲବ୍ଧ କରି ପ୍ରବାସୀ ଓଡିଆଙ୍କୁ ରାଜ୍ୟକୁ ସରକାରୀ ଖର୍ଚ୍ଚରେ ଫେରାଇ ଆଣିଥିଲେ ରାଜ୍ୟ ସରକାର । ହଜାର ହଜାର ସଂଖ୍ୟାରେ ପ୍ରବାସୀ ଓଡିଆ ରାଜ୍ୟକୁ ଫେରିଥିଲେ । ଏହି କ୍ରମରେ କଳାହାଣ୍ଡି ଜିଲ୍ଲାକୁ ମଧ୍ୟ ହଜାର ହଜାର ଶ୍ରମିକ ଫେରିଥିଲେ । ଯେଉଁ ଦାଦନ ଶ୍ରମିକ ମାନେ ଫେରି ପାରିନଥିଲେ । ସେମାନେ ପଶ୍ଚିମ ଓଡିଶାର ପ୍ରମୁଖ ଗଣପର୍ବ ନୂଆଖାଇ ସମୟରେ ଫେରିଥିଲେ ଘରକୁ । କରୋନା ଆଶଙ୍କା ଯୋଗୁଁ ସଙ୍ଗରୋଧରେ ମଧ୍ୟ ରହିଥିଲେ । ଦାଦନ ଶ୍ରମିକଙ୍କ ପାଇଁ କରୋନା କାଳ ବୋଲି ନୁହଁ ସବୁ ସମୟରେ ବିଭିନ୍ନ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥା ହୋଇଥାଏ ।
ସରକାରଙ୍କର ମାଗଣାରେ ଚାଉଳ, ଡାଲି ସାଙ୍ଗକୁ ଭତ୍ତା ଟଙ୍କା ମଧ୍ୟ ପ୍ରଦାନ କରୁଛନ୍ତି । ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟି ନଯାଆନ୍ତୁ ତେଣୁ ମନରେଗାରେ କାମ ଯୋଗାଇ ଦେଉଛନ୍ତି । ହେଲେ ମଧ୍ୟ ଦାଦନ ସମସ୍ୟା କମିବାର ନାଁ ଧରୁନି ନର୍ଲା ଅଞ୍ଚଳରୁ । ନର୍ଲା ଏକ ଅଣ ଜଳସେଚିତ ଅଞ୍ଚଳ ହୋଇଥିବା ବେଳେ ବ୍ଲକ ଅଞ୍ଚଳର କାଁ ଭାଁ କେତେକ ଗାଁକୁ ଛାଡିଦେଲେ ପ୍ରାୟତ ଏଇଠି କେବଳ ଖରିଫ ଚାଷ ହିଁ ଅମଳ ହୋଇଥାଏ । ଏହାପରେ କେତେକ ଅଞ୍ଚଳ ସେହି ଧାନ ବିଲରେ ହିଁ ମୁଗ ଚାଷ କରିଥାନ୍ତି । ମୁଗ ଚାଷ ସମୟରେ ବର୍ଷା ଟିକେ ହେଲା ତ ମୁଗ ଫସଲ ଭଲ ହୋଇଥାଏ ନହେଲେ ସେମିତି ଯାହିତାହି ଭାବରେ ଚାଷୀ ମୁଗ ପାଇଥାନ୍ତି । କେତେକ ଢିପ ଅଞ୍ଚଳର ଚାଷ ଜମିରେ ଅର୍ଥକାରୀ ଫସଲ କପା ମଧ୍ୟ ଅମଳ ହୋଇଥାଏ ନର୍ଲା ଅଞ୍ଚଳରେ । ହେଲେ ଏବେ ଧାନ ଅମଳ ସରିଯାଇଥିବାରୁ ଆଉ ଚାଷୀଙ୍କୁ ଶ୍ରମିକର ଆବଶ୍ୟକତା ପଡୁନି । ଏମିତିରେ ବି ଚାଷ ସମୟରେ ବିଲର ୮୦ ପ୍ରତିଶତ କାମ ମେସିନ ଯୋଗେ କରୁଛନ୍ତି ଚାଷୀ । ଯାହା ଏଇଠି ଉନ୍ନୟନ କାମ ପାଇଁ ଶ୍ରମିକଙ୍କ ଆବଶ୍ୟକତା ପଡିଥାଏ । ନର୍ଲାରେ ମନରେଗା ଯୋଜନା ବାଟବଣା ହୋଇପଡିଥିବା ବେଳେ ଧାନ ଓ କପା ଅମଳ ସରିଯାଇଛି । କାମ ଧନ୍ଦା ଅନ୍ୱେଷଣରେ ଶ୍ରମିକ ମାନେ ବାହାର ରାଜ୍ୟକୁ ଯିବା ଆରମ୍ଭ କଲେଣି । ପ୍ରଶାସନ ଦାଦନ ସମସ୍ୟାକୁ ବିଭିନ୍ନ ଉପାୟରେ ରୋକିବା ପାଇଁ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ଏଥିରେ ବିଫଳ ହେଉଥିବା ଦେଖିବାକୁ ମିଳୁଛି । ବସ ଯୋଗେ ନର୍ଲା ନିର୍ବାଚନ ମଣ୍ଡଳୀ ଅଞ୍ଚଳରୁ ଶହ ଶହ ଶ୍ରମିକ ଏପଟେ ଗୁଜୁରାଟ ରାଜ୍ୟ ଓ ସେପଟେ ଦକ୍ଷୀଣ ଭାରତର ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ କେରଳ ରାଜ୍ୟ ମୁହାଁ ହେଉଥିବା ଦେଖିବାକୁ ମିଳୁଛି । ବିଶେଷ କରି ନର୍ଲା ତଥା ନର୍ଲା ନିର୍ବାଚନ ମଣ୍ଡଳୀର କର୍ଲାମୁଣ୍ଡା, ରିଷିଡା, ମ.ରାମପୁର, ସେରଗଡ, ପଲମ, ଲାଞ୍ଜିଗଡ, କେସିଙ୍ଗା ପ୍ରଭୃତି ସ୍ଥାନରୁ ପ୍ରତ୍ୟହ ଶହଶହ ଶ୍ରମିକ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉଥିବା ଦେଖିବାକୁ ମିଳୁଛି । ପୁଣି ଆଗକୁ କରୋନା ବିପତ୍ତି ଭଳି ସମସ୍ୟା ନଉପୁଜୁ ଏଣୁ ସରକାର ସ୍ଥାନୀୟ ଶ୍ରମିକ ମାନଙ୍କ ପାଇଁ କର୍ମସଂସ୍ଥାନ ଯୋଗାଡ କରନ୍ତୁ । ଫଳରେ ସ୍ଥାନୀୟ ଶ୍ରମିକ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବେନାହିଁ ବୋଲି ବୁଦ୍ଧିଜୀବି ମାନେ ମତବ୍ୟକ୍ତ କରୁଛନ୍ତି

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.