ଓଲଟିଲା ଶ୍ରମିକ ବୋଝଇ ପିକଅପ; ୫ ମୃତ ୨୫ରୁ ଅଧିକ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଡୋକରିପଡା ଠାରେ ପିକଅପ ଓଲଟି ୫ମୃତ ଓ ୨୫ ରୁ ଅଧିକ ଶ୍ରମିକ ଗୁରୁତର l ଜୁନାଗଡ଼ ଥାନା ଆଁଟିଗାଁର ଶ୍ରମିକ ମାନେ ଗୋଲାମୁଣ୍ଡା ଥାନା ବୋରଗୁଡାକୁ ଧାନ ରୋଇବା ପାଇଁ ଯାଇଥିଲେ । ସନ୍ଧ୍ୟା ସମୟରେ କାମ ସାରି ଫେରିବା ବାଟରେ ଡକରୀପଡା ନିକଟରେ ପିକଅପ ଗାଡି ଯାହାର ନମ୍ବର ଓଡ଼ି୦୮କେ୪୧୭୫ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଫଳରେ ଶ୍ରମିକମାନେ ଛିଟିକି ପଡିଥିଲେ । ଘଟଣାସ୍ଥଳରେ ୫ ଜଣ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ଗୁରୁତର ୨୫ ଜଣ ଶ୍ରମିକ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇ ଥିବା ବେଳେ ଅନ୍ୟ ଆହତମାନେ ଧର୍ମଗଡ଼ ଓ ଜୁନାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉ ଥିବା ଜଣାପଡ଼ିଛି । ପିକଅପ ଗାଡ଼ିରେ ୫୦ ରୁ ଉର୍ଦ୍ଧ୍ବ ଶ୍ରମିକ ଥିବା ବେଳେ କେତେକ ନାବାଳକ ମଧ୍ୟ ଥିଲେ । ଘଟଣାସ୍ଥଳରେ ଗୋଲାମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.