ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ତୃଣମୂଳ ସ୍ତରରେ ସମାଜ ସଙ୍ଗଠନକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ବିଭିନ୍ନ ସମୟରେ ସଭା ସମିତିର ଆୟୋଜନ କରି ଜନ ସଚେତନତା ସୃଷ୍ଟି କରୁଛି କୁରାଲ ସମାଜ। ସେହି କ୍ରମରେ ନର୍ଲା ବ୍ଲକ କୁରାଳ ସମାଜର ଏକ ସାଙ୍ଗଠନିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ବିଲାଟ ଗ୍ରାମ ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଳକ ସଭାପତି ଗଙ୍ଗାଧର ରଣାଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି କେଦାରନାଥ ରଣା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂପାଦକ ବୀର କିଶୋର ରଣା ଉପସ୍ଥିତ ରହି ସାମାଜିକ ରିତି ନିତି, ରାଜନୈତିକ ଓ ଆର୍ଥିକ ପ୍ରଗତି ସହ ବିବିଧ ବିଷୟ ସଂପର୍କରେ ଆଲୋକପାତ କରିଥିଲେ। ଉପସ୍ଥିତ ସଦସ୍ୟ ଓ କର୍ମକର୍ତ୍ତାମାନେ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ନର୍ଲା ବ୍ଳକ କମିଟିର କାର୍ଯ୍ୟକାଳ ପୂରଣ ହୋଇ ସାରିଥିବାରୁ ଏହାର ପୁନର୍ଗଠନ ପାଇଁ ପ୍ରସ୍ତାବ ହୋଇ ପାରିତ ହୋଇଥିଲା। ଏହି ଅବସରରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ନର୍ଲା ବ୍ଳକ କୁରାଲ ସମାଜ ସଭାପତି ଭାବେ ଗଙ୍ଗାଧର ରଣାଙ୍କୁ ପୁନର୍ବାର ଦାୟିତ୍ଵ ଦିଆଯିବ ସହ ଉପ ସଭାପତି ଭାବେ ପୁରନ୍ଦର ରଣା, ଡମ୍ବରୁଧର ରଣା, ଚତୁର୍ଭୁଜ ରଣା, ସହ ସଂପାଦକ ଭାବେ ପୀତାମ୍ବର ରଣା, କୋଷାଧ୍ୟକ୍ଷ ଦେବାନନ୍ଦ ରଣା, ଯୁବ ସଭାପତି କୈାରବ ରଣା, ଯୁବ ସଂପାଦକ ଚିତ୍ତ ରଞ୍ଜନ ରଣା, ମହିଳା ସଭାନେତ୍ରୀ ଦ୍ରୋପଦୀ ରଣା, ମହିଳା ସଂପାଦିକା ଭାବେ ଜାହ୍ନବୀ ରଣା ପ୍ରମୁଖଙ୍କୁ ଚୟନ କରାଯାଇଥିଲା। ନୂତନ କର୍ମକର୍ତ୍ତାମାନଙ୍କୁ ଜିଲ୍ଲା ସଂପାଦକ ଶପଥ ପାଠ କରାଇଥିବା ବେଳେ କାର୍ଯ୍ୟକ୍ରମକୁ ନର୍ଲା ବ୍ଲକର ପୂର୍ବତନ ସଂପାଦକ ଯୁଗଳ କିଶୋର ରଣା ପରିଚାଳନା କରିଥିଲେ।