ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ପାଟଣାଗଡ଼ ରେଞ୍ଜ ତଥା ସଇଁତଲା ବ୍ଲକ ଜୁରାବନ୍ଧ ପଞ୍ଚାୟତ ଅନ୍ତର୍ଗତ ଖର୍ସେଲବାଞ୍ଜି ଗାଁରେ ୧୫ ଟିକିଆ ହାତୀପଲଙ୍କ ଉପସ୍ଥିତି ଦେଖିବାକୁ ମିଳିଛି | ବୁଧବାର ବିଳମ୍ବିତ ରାତିରେ ହାତୀପଲ ଗାଁର ତେଜରାଜ ମାହାରଙ୍କ ଆମ୍ବ ବଗିଚାର ବହୁ ଗଛ ଭାଙ୍ଗି ଉପାଡ଼ି ନଷ୍ଟ କରିଥିଲେ | ଏହାପରେ ସେମାନେ କିରିବାଞ୍ଜି ସଂରକ୍ଷିତ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲେ | ଆମ୍ବ ବଗିଚା ନଷ୍ଟ ନେଇ ଚାଷୀ ତେଜରାଜ ତଥା ପରିବାରବର୍ଗ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି | ବନ ବିଭାଗ ପକ୍ଷରୁ ହାତୀପଲଙ୍କ ଗତିଵିଧି ଉପରେ ନିୟମିତ ନଜର ରଖାଯାଉଛି | କ୍ଷୟକ୍ଷତି ନେଇ ସରକାରୀ ସହାୟତା ପାଇବା ପାଇଁ ଅନଲାଇନ ଆବେଦନ କରିବାକୁ ବନ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି |





