ଜଣେ ଯନ୍ତ୍ରୀଙ୍କୁ ଏକାଧିକ ପଞ୍ଚାୟତର ୮ ଟି ମହାବନ୍ଧର ପୁନରୁଦ୍ଧାର ଦାଇତ୍ୱ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତର ପାଣିମୁଣ୍ଡା ଗାଁରେ ଥିବା ମହାବନ୍ଧର ପୁନରୁଦ୍ଧାର କାମ ଚାଲିଛି।କିନ୍ତୁ ଆର୍ଥିକ ବର୍ଷ ୨୦୨୫-୨୬ରେ ଦୁଇଗୋଟି ଯୋଜନାରେ ୧୫ ଲକ୍ଷ ଟଙ୍କାର କାମ ଚାଲିଥିବା ବେଳେ ୫ ଲକ୍ଷ ଟଙ୍କାର ଗୋଟିଏ ଫଳକ ଲାଗିଥିବା ଗାଁ ଲୋକେ ଅଭିଯୋଗ କରିଥିଲେ। ଏହାକୁ ନେଇ ଗତ ୨୦ ତାରିଖରେ “ଓଡ଼ିଆ ବାର୍ତ୍ତା”ରେ ପ୍ରକାଶ ପାଇବା ପରେ ଅନ୍ୟ ଏକ ୧୦ ଲକ୍ଷ ଟଙ୍କା ଅଟକଳ ମୂଲ୍ୟର ଫଳକ ଲଗାଇଥିବା ଦେଖିବାକୁ ମିଳିଛି।ଫଳକ ଲାଗିବା ପରେ ଯନ୍ତ୍ରୀ ଓ ଠିକାଦାର ଘଟଣା ସ୍ଥଳକୁ ଆସି ମାପଯୁପ କରୁଥିବା ସମୟରେ ଗ୍ରାମବାସୀ ବିରୋଧ କରିଛନ୍ତି। ସୂଚନା ଅନୁସାରେ ଲାଞ୍ଜିଗଡ଼ ବ୍ଳକ ଗୋବର୍ଦ୍ଧନପୁର ପଞ୍ଚାୟତର ପାଣିମୁଣ୍ଡା ଗାଁ ମହାବନ୍ଧର ପୁନରୁଦ୍ଧାର କାମ ପାଇଁ।ଆର୍ଥିକ ବର୍ଷ ୨୦୨୫-୨୬ ଜିଲ୍ଲା ପରିଷଦ କଳାହାଣ୍ଡି ତରଫରୁ ପଞ୍ଚମ ରାଜ୍ୟ ଅର୍ଥ କମିଶନ ଯୋଜନାରେ ୫ ଲକ୍ଷ ଟଙ୍କା ଅନୁଦାନ ରାଶି ଆସିଥିଲା। କିନ୍ତୁ ଗୋଟିଏ କାମ ସମ୍ପୂର୍ଣ୍ଣ ନ ହେଉଣୁ ପୁଣି ଉକ୍ତ ମହାବନ୍ଧର ପୁନରୁଦ୍ଧାର କାମ ପାଇଁ ଆର୍ଥିକ ବର୍ଷ ୨୦୨୫-୨୬ ଜିଲ୍ଲା ପରିଷଦ କଳାହାଣ୍ଡି କେପିଟାଲ ଏସ୍ସେଟ ଯୋଜନାରେ ଟେଣ୍ଡର ହୋଇ ଉକ୍ତ ମହାବନ୍ଧର ପୁନରୁଦ୍ଧାର କାମ ପାଇଁ ୧୦ ଲକ୍ଷ ଟଙ୍କା ଅନୁଦାନ ରାଶି ରହିଥିଲା। କିନ୍ତୁ ୩ ରୁ ୪ ଦିନ ଜେସିବି ମାଧ୍ୟମରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର କାମ କରି ଠିକାଦାର କାମ ବନ୍ଦ କରି ଚାଲିଯାଇଥିବା ବେଳେ ପୂର୍ବରୁ ଚାଲିଥିବା ୫ ଲକ୍ଷ ଟଙ୍କାର କାମରେ ସୂଚନା ଫଳକ ଲାଗିଥିବା ବେଳେ ଏହି ନୂତନ ୧୦ ଲକ୍ଷ ଟଙ୍କା ଟେଣ୍ଡର କାମରେ କୌଣସି ସୂଚନା ଫଳକ ଲଗା ଯାଇନଥିଲା। କାମ ଦାଇତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ବେହେରା ଦିନେ ମଧ୍ୟ କାମ ଦେଖିବାକୁ ଆସୁନଥିବା ବେଳେ ଗ୍ରାମବାସୀମାନେ କାମକୁ ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଶୁଣୁନଥିବା କହିଥିଲେ। ଏହାକୁ ନେଇ ଗତ ୧୯ ତାରିଖରେ ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ “ଓଡ଼ିଆ ବାର୍ତ୍ତା” ଗ୍ରାଉଣ୍ଡ ଜିରୋ ରିପୋର୍ଟ ପରେ ୨୦ ତାରିଖରେ ଓଡ଼ିଆ ବାର୍ତ୍ତାରେ ପ୍ରକାଶ ପାଇଥିଲା। ଏହା ପରେ ପାଣିମୁଣ୍ଡା ମହାବନ୍ଧର ପୁନରୁଦ୍ଧାର କାମରେ ଆର୍ଥିକ ବର୍ଷ ୨୦୨୫-୨୬ ଜିଲ୍ଲା ପରିଷଦ କଳାହାଣ୍ଡି କେପିଟାଲ ଏସ୍ସେଟ ଯୋଜନାରେ ଏକ ୧୦ ଲକ୍ଷ ଟଙ୍କା ଅଟକଳ ମୂଲ୍ୟର ଫଳକ ଲଗାଇଥିବା ଦେଖିବାକୁ ମିଳିଛି। ଫଳକ ଲାଗିବା ପରେ ଯନ୍ତ୍ରୀ ଓ ଠିକାଦାର ଘଟଣା ସ୍ଥଳକୁ ଆସି ମାପଯୁପ କରୁଥିବା ସମୟରେ ଗ୍ରାମବାସୀ ବିରୋଧ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଳକର ୨୬ ଗୋଟି ପଞ୍ଚାୟତ ମଧ୍ୟରୁ ୫ ଗୋଟି ପଞ୍ଚାୟତ ଗୁଣ୍ଡୁରୀ, ଗୋବର୍ଦ୍ଧନପୁର, କମର୍ଦ୍ଧା ଓ ଭୁର୍ତ୍ତିଗଡ଼ରେ ଆର୍ଥିକ ବର୍ଷ ୨୦୨୫-୨୬ ଜିଲ୍ଲା ପରିଷଦ କଳାହାଣ୍ଡି କେପିଟାଲ ଏସ୍ସେଟ ଯୋଜନାରେ ଟେଣ୍ଡର ହୋଇ ୧୦ ଟି ମହାବନ୍ଧର ପୁନରୁଦ୍ଧାର କାମ ପାଇଁ ୧ କୋଟି ଟଙ୍କା ରହିଛି। କିଛି ଦିନ ହେଲା ଏହି ମହାବନ୍ଧର ପୁନରୁଦ୍ଧାର କାମ ଗୁଡ଼ିକ ଚାଲିଛି। ଏହି ୪ ଗୋଟି ପଞ୍ଚାୟତ ମଧ୍ୟରୁ ଗୁଣ୍ଡରି,ଗୋବର୍ଦ୍ଧନପୁର ଓ କମର୍ଦ୍ଧା ରେ ୮ ଟି ମହାବନ୍ଧର ପୁନରୁଦ୍ଧାର ୮୦ ଲକ୍ଷ ଟଙ୍କାର କାମ ଚାଲିଥିବେଳେ ୩ ପଞ୍ଚାୟତ ଦାଇତ୍ୱ ଅଛନ୍ତି ଯନ୍ତ୍ରୀ ସନ୍ତୋଷ ବେହେରା। ଏକାଧିକ ପଞ୍ଚାୟତ ଦାଇତ୍ୱରେ ଜଣେ ଯନ୍ତ୍ରୀ ରହିଥିବା ବେଳେ କେବଳ ତାଙ୍କ ପଞ୍ଚାୟତ ହିଁ ୮୦ ଲକ୍ଷ ଟଙ୍କାର କାମକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଲାଞ୍ଜିଗଡ଼ ବ୍ଳକ ଦାଇତ୍ୱରେ ଥିବା ଏଇଇ ସ୍ମୃତିରଞ୍ଜନ ସେଠିଙ୍କୁ ପଚାରିବାରୁ ବର୍ତ୍ତମାନ ସେ ଗୋବର୍ଦ୍ଧନପୁର, କମର୍ଦ୍ଧା ଓ ଗୁଣ୍ଡୁରୀ ପଞ୍ଚାୟତ ଦାଇତ୍ୱରେ ଥିବା ବେଳେ କିଛି ଦିନ ହେଲା ଯନ୍ତ୍ରୀ ଶ୍ରୀ ବେହେରାଙ୍କୁ ଲାଞ୍ଜିଗଡ଼ ରୋଡ଼, ପୋଖରୀବନ୍ଧ ଓ ବନ୍ଧପାରୀ ଦାଇତ୍ୱ ମଧ୍ୟ ଦିଆଯାଇଛି ବୋଲି ପ୍ରକାଶ କରିଛନ୍ତି।





