ଫେରିବାଲାଠୁ ଲୁଟ୍ କରି ଚମ୍ପଟ ବେଳେ ଓଲଟିଲା କାର: ଜଣେ ଆହତ, ଜଣେ ଅଟକ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଆଜି ସକାଳେ ରାୟଗଡ଼ା ଥାନା ଅନ୍ତର୍ଗତ ତଳ ଗୁମ୍ମା ନିକଟରେ ଜଣେ ଫେରିବାଲାକୁ କିଛି ବ୍ୟକ୍ତି ଆକ୍ରମଣ କରି ତାଙ୍କ ଠାରୁ ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଥିଲେ। ଏହାପରେ ଦୁର୍ବୃତ୍ତମାନେ ଏକ କାରରେ ଘଟଣାସ୍ଥଳରୁ ଦ୍ରୁତ ଗତିରେ ଚମ୍ପଟ ମାରିବା ବେଳେ ଗୋଟିଏ ଛୋଟ ଶିଶୁର ଦୁଇ ଗୋଡ଼ ଉପରେ କାର ଚଢ଼ିଯାଇଥିଲା। ଫଳରେ ଗାଡ଼ିତି ନିୟନ୍ତ୍ରଣ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଏହାପରେ କାରରେ ଥିବା କିଛି ବ୍ୟକ୍ତି ପାହାଡ଼ ଚଢ଼ି ଫେରାର ହୋଇଯାଇଥିବା ବେଳେ ଜଣେ ବ୍ୟକ୍ତିକୁ ସ୍ଥାନୀୟ ଲୋକେ କାବୁ କରି ପୁଲିସରେ ଜିମା ଦେଇଛନ୍ତି। ଆହତ ପିଲାକୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। କୁମ୍ବିକୋଟା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟ୍ ର ଶିକାର ହୋଇଥିବା ଫେରିବାଲା ରାୟଗଡ଼ା ଥାନାରେ ପହଞ୍ଚି ଏ ନେଇ ଅଭିଯୋଗ କରିଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.