ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଉଦଯାପିତ 

ସମ୍ବଲପୁରୀ ଗୀତନାଚରେ ଦୁଲକିଲା ମଞ୍ଚ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ସଇଁତଲା ପଞ୍ଚାୟତ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଗୁରୁବାର ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ପଂଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି | ସଇଁତଲା ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୁଦ୍ରାକ୍ଷ ଥପାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବଲାଙ୍ଗୀର ଜିଲ୍ଲା ଓଜେୟୁ ସଭାପତି ପ୍ରମୋଦ କୁମାର ସେଲମା ଯୋଗଦାନ କରି ଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଉକ୍ତ ସଭାରେ ଯୁବ ସାମ୍ବାଦିକ ଵିଶାଲ ଅଗ୍ରୱାଲ, ଜିଲ୍ଲା ଏମବିସି ପ୍ରତିନିଧି ନାରାୟଣ ସାହୁ, ଏମବିକେ ନମିତା ପୁଟେଲ,ପୂର୍ବତନ ୱାର୍ଡମେମ୍ବର ବିଶ୍ଵାମିତ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ | ଏଥିରେ ଅତିଥିମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକ ଉପରେ ମାର୍ଗଦର୍ଶନ ଦେଇ ଜନସଚେତନତା ସୃଷ୍ଟି କରିଥିଲେ | ଏହି ଅବସରରେ ଉଦ୍ୟାନ, କୃଷି, ଶିକ୍ଷା, ମମତା, ସ୍ୱାସ୍ଥ୍ୟ, ପ୍ରାଣୀସମ୍ପଦ ଷ୍ଟଲ ମାନେ ଖୋଲା ଯାଇଥିଲା | ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଗାଁ ରେ ଜଗନ୍ନାଥ ସଂସ୍କୃତି ର ସଂରକ୍ଷଣ, ବିଭିନ୍ନ ଧର୍ମାନୁଷ୍ଠାନ ଗୁଡିକର ରୂପାନ୍ତିକରଣ, ମହିଳା ସଶକ୍ତିକରଣ ଓ ଭିତ୍ତିଭୁମି ର ବିକାଶ, ବ୍ୟାଙ୍କିଙ୍ଗ ଭିତ୍ତିଭୂମିର ବିକାଶ, ବିଦ୍ୟାଳୟ ଗୁଡିକର ରୂପାନ୍ତିକରଣ ଉପରେ ଲୋକମାନଙ୍କୁ ସଚେତନ କରାଯାଇଥିଲା | ପରେ କଳାକାର କୈଳାଶ କୁମ୍ଭାର ଓ ସୁରେଶ ନାଗଙ୍କ ନେତୃତ୍ୱରେ ସମ୍ବଲପୁରୀ ଗୀତ ନାଚରେ ସହ କିଚକ ବଦ୍ଧ ନାଟକ ମଞ୍ଚସ୍ଥ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇଥିଲା | ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଅଙ୍ଗନବାଡି, ସିଆରପିସିଏମ, ସ୍ୱୟଂ ସହାୟକ ଦଳ, ବ୍ୟାଙ୍କ ମିତ୍ର ଙ୍କ ସହ ବିଭିନ୍ନ ସ୍ବେଛାସେବୀ ସଂଗଠନ, ପୋଲିସ, ସଇଁତଲା ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.