ବାସନ୍ତୀ ପଟ୍ଟନାୟକଙ୍କ ଜନ୍ମଦିନ ଅବସରେ ହେବ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ବାସନ୍ତୀ ପବ୍ଲିକ ସେଣ୍ଟର ର ପ୍ରତିଷ୍ଠାତା ଶ୍ରୀମତୀ ବାସନ୍ତୀ ପଟ୍ଟନାୟକ ଜନ୍ମଦିନ ଆସନ୍ତା ମାସ ମାର୍ଚ୍ଚ ୨୪ ତାରିଖ ଦିନ ଅନୁଷ୍ଠିତ ହେବ । ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ତାଙ୍କ ଜନ୍ମ ଦିନକୁ ନିଆରା ଓ ନିରାଡମ୍ବର ଭାବରେ ପାଳନ କରିବାକୁ ସ୍ଥିର କରାଯାଇଛି । ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯିବ ବୋଲି ସ୍ଥିର କରାଯାଇଛି । ଏନେଇ ଅନୁଷ୍ଠାନ ପାଖରୁ ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ବହୁତ ମାତ୍ରାରେ ଲୋକ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.