ମୃତ ବ୍ୟକ୍ତିଙ୍କ ଶବ ଦାହ ପାଇଁ ମାନବିକତା ଦେଖାଇଲେ ଖ୍ରୀଷ୍ଟୀୟ ଉଦଯୋଗ ସମିତିର ଯୁବ ସ୍ୱେଚ୍ଛାସେବୀ ଗୋଷ୍ଠୀ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ମୃତ ବ୍ୟକ୍ତିଙ୍କ ଶବ ଦାହ ପାଇଁ ମାନବିକତା ଦେଖାଇଲେ ଡେଙ୍ଗ ଖ୍ରୀଷ୍ଟୀୟ ଉଦଯୋଗ ସମିତିର ଯୁବ ସ୍ବେଛାସେବୀ ଗୋଷ୍ଠୀର ସଦସ୍ୟମାନେ l ଯାହାକୁ ନେଇ ଅଞ୍ଚଳ ଜୋର ଚର୍ଚ୍ଚା ଧରିଛି l ଉକ୍ତ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ l ଗତ ଶନିବାର ଏକ ଘରୋଇ ବସରେ ଜଣେ ବ୍ୟକ୍ତି ବଲାଙ୍ଗୀର ଯାଉଥିବା ବେଳେ ସଇଁତଲା ସ୍ଥିତ ଡ଼ୁମାଲପଡା ଛକରେ ହଠାତ ସକାଳ ୮ ଘ. ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା l ମୃତ ବ୍ୟକ୍ତିଙ୍କ ନାମ ରାଜୁ ନାଏକ (୬୫) ଓ ସଜ କରମତଲା ଅଞ୍ଚଳରେ ବସବାସ କରି ପରିବାର ପୋଷଣ କରି ଆସୁଥିଲେ l ପ୍ରକାଶ ଯେ, ଏକ ଘରୋଇ ବସ ଯାଉଥିବା ବେଳେ ରାଜୁଙ୍କ ଅବସ୍ଥା ଗୁରୁତର ହୋଗ ପଡିଥିଲା । କିଛି ଲୋକ ସ୍ଥାନୀୟ ସଇଁତଳା ଡାକ୍ତରଖାନାକୁ ଆଣିଥିଲେ l ସେଠାରେ ଡାକ୍ତର ରାଜୁଙ୍କୁ ମୃତ ଘୋଷଣା କରିଥିଲେ । ଉକ୍ତ ଡାକ୍ତରଖାନାରେ ପରିବାରର କେବଳ ୨ ଜଣ ମହିଳା ବ୍ୟତୀତ କୌଣସି ପୁରୁଷ ଲୋକ ନ ଥିବାରୁ ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟ କରିବା ପାଇଁ ପରିବାର ଲୋକେ ଅସହାୟ ହୋଇ ପଡିଥିଲେ l ଏହି ଘଟଣା ଦେଖି ସମାଜସେବୀ ଲୋକନାଥ ବଗର୍ତ୍ତୀ ଓ ପ୍ରଶାନ୍ତ ରଣାଙ୍କ ପ୍ରଚେଷ୍ଟାରେ ଡେଙ୍ଗ ଗ୍ରାମ ଖ୍ରୀଷ୍ଟୀୟ ଉଦଯୋଗ ସମିତି ସଂଗଠନ ତରଫରୁ ସ୍ଥାନୀୟ ବ୍ରାହ୍ମଣୀ ଗାଁର ଯୋର ଓ ଲାନ୍ଥନଦୀ ସଙ୍ଗମ ଠାରେ ଅନ୍ତିମ ସଂସ୍କାର କାର୍ଯ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ଏହି ଉହତ କାର୍ଯ୍ୟରେ ସମିତିର ସଭାପତି ଶେଖର କୁମାର ସାଗର ଓ ଉପଦେଷ୍ଟା ହୋସେନ୍ ସାଗରଙ୍କ ପରିଚାଳନାରେ ଲାନ୍ଥନଦୀ ନିକଟରେ ସମାଧି କାର୍ଯ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ଉକ୍ତ କାର୍ଯ୍ୟରେ ସମିତିର ସମିତି ଏସ୍.ବି.ଇଟରସନ୍, ବିଶ୍ୱଜିତ୍ ନାଗ, କୁମୁଦ ନାଗ, ରୋଶନ ସାଗର, ଆଶିଷ ସୁନା ଏବଂ ଇସହାକ ସାଗର ପ୍ରମୁଖ ସାମିଲ ହୋଇଥିଲେ । ଉଲ୍ଲେଖ ଯୋଗ୍ୟ ଯେ, ମୃତ ରାଜୁ ନାଏକ ଦୀର୍ଘ ଦିନ ଧରି କରମତଳା ଅଞ୍ଚଳରେ ଏକ ଭଡ଼ା ଘର ନେଇ ରହି ଆସୁଥିଲେ । ସେ ଶ୍ୱାସ ରୋଗରେ ପୀଡିତ ଥିଲେ l ତାଙ୍କର ବିୟୋଗରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି l ତେଣୁ ପ୍ରଶାସନ ତରଫରୁ ଉକ୍ତ ଗରିବ ପରିବାରକୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ତରଫରୁ ଦାବି ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.