ବାବା ଖଣ୍ଡୁଆଳ ନକ୍ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ନୂଆଗାଁକୁ ହରାଇ ଜେକେ ଇଲେଭେନ୍ ଚମ୍ପିୟାନ

ଓଡିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାର ବାବା ଖଣ୍ଡୁଆଳ ପଡିଆରେ ୧୭ ତାରିଖରୁ ଆରମ୍ଭ ହୋଇଥିବା ବାବା ଖଣ୍ଡୁଆଳ ନକ୍ ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ତଥା ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ ଏବଂ ସମ୍ମାନିତ ଅତିଥି ଭାବେ ଥୁଆମୂଳ ରାମପୁର ପଞ୍ଚାୟତ ବିଜେଡି ସଭାପତି ମୁକୁନ୍ଦ ଧଙ୍ଗଡାମାଝୀ, ସବୀର ଧଙ୍ଗଡାମାଝୀ, ରାଧେକୃଷ୍ଣ ଧଙ୍ଗଡାମାଝୀ, ଦିଲୀପ ଧଙ୍ଗଡାମାଝୀ, ଅନିରୁଦ୍ଧ ପୁଝାରୀ ପ୍ରମୁଖ ଉପସ୍ଥିତ ରହି ଉଭୟ ଟିମ୍ ର ଖେଳାଳୀ ମାନଙ୍କୁ ଶୃଙ୍ଖଳିତ ଖେଳ ପ୍ରଦର୍ଶନ କରିବା ପାଇଁ ପରାମର୍ଶ ଦେଇଥିଲେ। ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଗୋଟି ଟିମ୍ ଅଂଶଗ୍ରହଣ କରିଥିଲେ। ଏଥିରେ ଥୁଆମୂଳ ରାମପୁର ସଦର ମହକୁମାର ଜଗନ୍ନାଥ କଲୋନୀର ଜେକେ ଇଲେଭେନ୍ ଚମ୍ପିୟାନ ହୋଇଛି। ରବିବାର ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚରେ ଜେକେ ୧୧ ଏବଂ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ନୂଆଗାଁ ମଧ୍ୟରେ ହୋଇଥିଲା। ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ଜେକେ ୧୧ ଟିମ୍ ୧୫ ଓଭରରେ ୭ ଓ୍ବିକେଟ ହରାଇ ୧୫୮ ରନ୍ ସଂଗ୍ରହ କରିଥିଲା। ୧୫୯ ରନ୍ ର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇ ଥିବା ପ୍ରତିପକ୍ଷ ନୂଆଗାଁ ଟିମ୍ ନିର୍ଦ୍ଧାରିତ ୧୫ ଓଭର୍ ମଧ୍ୟରେ ୯ ଓ୍ବିକେଟ ହରାଇ ୧୧୩ ରନ୍ ମାତ୍ର ସଂଗ୍ରହ କରିପାରିଥିଲା। ଫଳରେ ଜେକେ ୧୧ ଟିମ୍ ୪୫ ରନ୍ ରେ ନୂଆଗାଁ ଟିମ୍ କୁ ହରାଇ ବିଜୟ ଲାଭକରି ଟୁର୍ଣ୍ଣାମେଣ୍ଟ ଚମ୍ପିୟାନ ହୋଇଛି।ଚମ୍ପିୟାନ ଦଳକୁ ଟ୍ରଫି ସହିତ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଉପ ବିଜେତା ଟିମ୍ କୁ ଟ୍ରଫି ଏବଂ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ଫାଇନାଲ୍ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଭାବେ ଅଜୟ ଏବଂ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳୀ ଭାବେ ନୂଆଗାଁ ଟିମ୍ ର ଟୁକୁନାଙ୍କୁ ପୁରଷ୍କୃତ କରାଯାଇଛି। ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଅମ୍ପାୟର୍ ଭାବେ ଦେବାନନ୍ଦ ସାଗରଙ୍କୁ ସମ୍ମାନିତ କରାଯାଇଛି। ସ୍ଥାନୀୟ ତାଳବନ୍ଧ ପଡାର ନବ ଜୀବନ ଯୁବ ଅନୁଷ୍ଠାନର ଦ୍ବାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଅନୁଷ୍ଠାନର ସକ୍ରିୟ ସଦସ୍ୟ ବିକାଶ ଧଙ୍ଗଡାମାଝୀ, ବବଲୁ ଧଙ୍ଗଡାମାଝୀ, ସୂର୍ଯ୍ୟା ନାଏକ, ପୁରୁଷୋତ୍ତମ ବାଗ ଏବଂ ହୀତେଶ ନାଏକ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.