ବିଜେଡିରେ ମିଶିଲେ ତିନି ବିଜେପି କର୍ମୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଚାଲିଲାଣି ଦଳ ଡିଆଁ ପର୍ବ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀର ଲାଞ୍ଜିଗଡ଼ ବ୍ଲକର ତିନି ଜଣ ବିଜେପି କର୍ମୀ ସୋମବାର ବିଧିବଦ୍ଧ ଭାବେ ବିଜେଡ଼ିରେ ସାମିଲ ହୋଇଛନ୍ତି। ବିଧାୟକ ପ୍ରତିନିଧି ପ୍ରଦୀପ ଘଡ଼େଇଙ୍କ ନେତୃତ୍ବରେ ଏହି ବିଜେପି କର୍ମୀ ମାନେ ବିଜେଡ଼ିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନିତୀ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ସାମିଲ ହୋଇଛନ୍ତି। ଏହି ତିନିଜଣ ମଧ୍ୟର ଦୁଇ ଜଣ ଗୋବର୍ଦ୍ଧନପୁର ପଞ୍ଚାୟତ ସ୍ଥିତ ପାଣିମଣ୍ଡା ଗାଁର ବିରଞ୍ଚି ପ୍ରଧାନ, ଭୁବନେଶ୍ୱର ଭୋଇ ଓ ଜଣେ ବିଶ୍ଵନାଥପୁରର ଘନଶ୍ୟାମ ବେହେରା ପ୍ରମୁଖ ବିଧାୟକ ଶ୍ରୀ ଦିଶାରୀଙ୍କ ଉପସ୍ଥିତିରେ ବିଜେଡ଼ିରେ ସାମିଲ ହୋଇଛନ୍ତି। ଏଥିରେ ଜୋନ ସଭାପତି ଚନ୍ଦ୍ରଶେଖର ମହାପାତ୍ରଙ୍କ ସମେତ ବିଶ୍ଵନାଥପୁର ସମିତି ସଭ୍ୟ ଅଜିତ ପ୍ରଧାନୀ,ଛତ୍ରପୁର ସରପଞ୍ଚ ସୁଷମା ମାଝୀ, ଗୋବିନ୍ଦ ଦଣ୍ଡସେନା, ବିରଞ୍ଚି ପ୍ରଧାନ ପ୍ରମୁଖ ଉପସ୍ଥିତ ଦଳକୁ ସ୍ଵାଗତ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.