ଫକୀରମୋହନ ବିଶ୍ବବିଦ୍ୟାଳୟରେ ଉଦଘାଟିତ ହେଲା ଗବେଷଣା ସମ୍ବନ୍ଧୀତ କର୍ମଶାଳା

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ବବିଦ୍ୟାଳୟର ଚତୁର୍ଥ ସେମିଷ୍ଟାରର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଏକ ତିନିଦିନିଆ କର୍ମଶାଳାର ଆୟୋଜିତ ହୋଇଅଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ତତ୍ତ୍ବାବଧାନ ଓ ସଭାପତିତ୍ବରେ ମାନବ ସମ୍ବଳ ବିକାଶ କେନ୍ଦ୍ର ଦ୍ବାରା “ମୌଳିକ ଅନୁସନ୍ଧାନ ପଦ୍ଧତି ଏବଂ ତଥ୍ୟ ବିଶ୍ଳେଷଣ” ବିଷୟବସ୍ତୁ ଆଧାରିତ ଏହି କର୍ମଶାଳା ୨୭,୨୮ ଫେବୃୟାରୀ ଓ ୧ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଉଦଘାଟନୀ ସଭାରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସହ ପି.ଜି କାଉନସିଲର ଅଧ୍ୟକ୍ଷ (ଇନଚାର୍ଜ) ପ୍ରଫେସର ସୂର୍ଯ୍ୟେନ୍ଦୁ କୁମାର ଦେ, ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ମନୋରଞ୍ଜନ ମିଶ୍ର, ଉପନିର୍ଦ୍ଦେଶକ ଡ଼କ୍ଟର ଦେବଦତ୍ତ ଦାସ, ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ଡକ୍ଟର ନିହାର ରଂଜନ ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ। କର୍ମଶାଳା ଆୟୋଜନର ଉଦ୍ଦେଶ୍ଯ ଓ ଆଭିମୁଖ୍ଯ ସଂପର୍କରେ ଅବଗତ କରାଇ କୁଳପତି ପ୍ରଫେସର ତ୍ରିପାଠୀ ଅଭିଭାଷଣରେ ଉଲ୍ଲେଖ କରିଥିଲେ ଯେ, ଗବେଷଣା କ୍ଷେତ୍ରରେ ନିଜ ଭବିଷ୍ୟତ ଗଢ଼ିବାର ଲକ୍ଷ୍ଯ ରଖିଥିବା ଛାତ୍ରଛାତ୍ରୀମାନେ ସବୁବେଳେ ତଥ୍ଯ ସଂଗ୍ରହ, ତାହାର ବିଶ୍ଳେଷଣ, ପରିକଳ୍ପନା, ସୁସଂଗଠିତ ତଥା ବ୍ୟବସ୍ଥିତ ଓ ତାହାର ସଂରଚନା ଉପାୟ ଗୁଡ଼ିକରେ ନିଜତ୍ବ ରହିବା ଆବଶ୍ୟକ। ନିଜତ୍ବ ନରହିଲେ ଉକ୍ତ ଗବେଷଣା ଭିତ୍ତିକ ତଥ୍ଯମାନ ଗୁରୁତ୍ୱ ବହନ କରିନଥାଏ। ଏଥିସହିତ ଜୀବନର ପ୍ରତ୍ୟେକଟି ଦିନ ଗବେଷଣାମୂଳକ ବୋଲି ଉଲ୍ଲେଖ କରିଥିଲେ। ଛାତ୍ରଛାତ୍ରୀମାନେ ଏହିପ୍ରକାର କର୍ମଶାଳାର ମୂଖ୍ଯ ପ୍ରସଙ୍ଗକୁ ବୁଝି ଗବେଷଣା ସମୟରେ କାର୍ଯ୍ୟକ୍ଷମ କରିଲେ ସଫଳ ହୋଇପାରିବେ ବୋଲି ପ୍ରଫେସର ସୂର୍ଯ୍ୟେନ୍ଦୁ କୁମାର ଦେ ମତବ୍ୟକ୍ତ କରିଥିଲେ।

କର୍ମଶାଳାରେ ପ୍ରଫେସର ରବିନ୍ଦ୍ର ନାଥ ହୋତା, ଅରୁଣ କୁମାର ନାୟକ, ଡ଼କ୍ଟର ନିହାର ରଂଜନ ରାଉତ, ପ୍ରଫେସର ସଚ୍ଚିଦାନନ୍ଦ ଦେହୁରୀ, ଡ଼କ୍ଟର ମିନତୀ ମିଶ୍ର, ଡ଼କ୍ଟର ଆକାଶ ମଲ୍ଲିକ, ଡ଼କ୍ଟର ଦେବବ୍ରତ ଦାସ, ଡ଼କ୍ଟର ସଚ୍ଚିତାନନ୍ଦ ସା ପ୍ରମୂଖ ମୂଳ ପ୍ରସଙ୍ଗ ସମ୍ପର୍କରେ ବିବିଧ ଆଲୋଚନା ସହ ଅଧ୍ୟୟନ ତଥ୍ଯ ଉପସ୍ଥାପନ କରିବେ। ପ୍ରଫେସର ମନୋରଞ୍ଜନ ମିଶ୍ର କର୍ମଶାଳାର ଉଦ୍ଦେଶ୍ଯ ସଂପର୍କରେ ଅବଗତ କରାଇଥିଲେ ଓ କାର୍ଯ୍ଯକ୍ରମକୁ ମାନବ ସମ୍ବଳ ବିକାଶ କେନ୍ଦ୍ରର ସଦସ୍ଯା ଡକ୍ଟର ରାଜଶ୍ରୀ ଦତ୍ତ ପରିଚାଳନା କରିଥିଲେ। ଶେଷରେ ଉପ ନିର୍ଦ୍ଦେଶକ ଡକ୍ଟର ଦେବଦତ୍ତ ଦାସ ଉପସ୍ଥିତ ଅତିଥି, ଛାତ୍ରଛାତ୍ରୀ, ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.