ପିଇଡବ୍ଲୁ ମିଡ଼ିଆ ଏସୋସିଏସୋନ ପକ୍ଷରୁ ଜିପିଓ ସରୋଜ ପ୍ରଧାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଠାରୁ ବରଗଡ଼ ଜିଲ୍ଲା ଭେଡେନ ବ୍ଲକକୁ ବଦଳି ହୋଇଥିବା ଜିପିଓ ସୋରଜ କୁମାର ପ୍ରଧାନଙ୍କୁ ଆଜି ଲାଞ୍ଜିଗଡ଼ ପିଇଡବ୍ଲୁ ମିଡ଼ିଆ ଏସୋସିଏସନ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ପିଇଡବ୍ଲୁ ମିଡ଼ିଆ ଏସୋସିଏସନ ସଭାପତି ନିଲେଶ କୁମାର ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଦାୟକାଳୀନ ସଭାରେ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇ ପୁଷ୍ପଗୁଛ ଓ ଉପଢ଼ୋକନ ଦେଇ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ। କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ ଗୋପାଳଦାସ ମହାନନ୍ଦ ପରିଚାଳନା କରିଥିବା। ଏଥିରେ ଏସୋସିଏସନର ବରିଷ୍ଠ ଉପଦେଷ୍ଟା ସନ୍ତୋଷ କୁମାର ତୁଳ,ବି ତିରୁପତି ପାତ୍ର, କୋଷାଧକ୍ଷ ପ୍ରଭୁରଞ୍ଜନ ସାମଲ, ସଦସ୍ୟ ମଳୟ ବେନୁଁଆ, ଦେବାନନ୍ଦ ମାଝୀ, ମନୋଜ ଦୋରା, ଦିଲ୍ଲୀପ ହରିଜନ, ସୁଶାନ୍ତ ମାଝୀ, ସାଗର ବେନାଲ, ଦିଲ୍ଲୀପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ଜଣାଇଥିବା ବେଳେ ଯୁଗ୍ମ ସମ୍ପାଦକ ତୁଳସୀରାମ ପ୍ରଧାନୀ ଧନ୍ୟବାଦ ଦେଇଥିଲେ। ତେବେ ଜିପିଓ ଶ୍ରୀ ପ୍ରଧାନ ଜଣେ ଭଲ ମଣିଷ ସହ ଜଣେ ଦକ୍ଷ ସରକାରୀ ଅଧିକାରୀ ଭାବେ ରହିଥିଲେ। କେବଳ ସେତିକି ନୁହେଁ ଜଣେ ପ୍ରକୃତି ପ୍ରେମି ମଣିଷ ଭାବେ ବ୍ଲକ ପରିସର ସମେତ ୨୬ ଗୋଟି ପଞ୍ଚାୟତରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ସୃଷ୍ଟି କରି ଚର୍ଚ୍ଚାର ପରିସରକୁ ଆସିଥିଲେ ତାଙ୍କୁ ବିଦାୟ ଦେବା ସମୟରେ ଜିପିଇଓ ହେବତ ସରୋଜ କୁମାର ପ୍ରଧାନଙ୍କ ଭଲି ହେବା ଦରକାର ବୋଲି ସମସ୍ତଙ୍କ ମୁହଁରେ ଏହି ପଦେ କଥା ଆପେ ଆପେ ବାହାରି ଆସୁଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.