ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ଯୁଥ୍ ଅର୍ଗାନାଇଜେସନ ଏବଂ ନେତାଜୀ ସେବା ସଂଗଠନ ବ୍ରାହ୍ମଣକେନ୍ଦୁଗୁଡାର ମିଳିତ ଆନୁକୂଲ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ବଙ୍କାପଲା ଠାରେ ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ମୀନାକ୍ଷୀ ଭୋଇଙ୍କ ସଭାପତିତ୍ୱରେ ୧୧୦ତମ ଶିକ୍ଷା ଚେତନା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୂଖ୍ଯ ଅତିଥି ଭାବେ ଶିକ୍ଷାବିତ କାଳିନ୍ଦୀ ମୋହନ ପଣ୍ଡା ଯୋଗ ଦେଇଥିବାବେଳେ ମୂଖ୍ଯ ବକ୍ତା ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ସୀମାଞ୍ଚଳ ନାଗ, ସମ୍ମାନୀତ ଅତିଥି ଭାବେ ସିଡିପିଓ କଲମପୁର ପ୍ରତିମା ମଞ୍ଜରୀ ଦାସ, ଅବସରପ୍ରାପ୍ତ ଶିକ୍ଷକ ବସନ୍ତ ନାଏକ, ସାମାଜିକ କର୍ମୀ ଦାମୋଦର ପଟେଲ ପ୍ରମୂଖ ଯୋଗଦେଇଥିଲେ। ଏଥିରେ ଶ୍ରୀଜଗନ୍ନାଥ ସଂସ୍କୃତି, ଓଡିଆ ଭାଷା ସାହିତ୍ୟ, ଜଣା ଅଜଣା, ବିଜ୍ଞାନ, ପୁରାଣ, ତିଥି ଓ ପର୍ବପର୍ବାଣି, ଇତିହାସ, ସ୍ବାଧୀନତା ସଂଗ୍ରାମ ସମ୍ବନ୍ଧୀୟ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇ କ୍ରୁତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନୀତ ଓ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଛାତ୍ରୀ ମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ରେ ରାଜ୍ଯ ସ୍ତରୀୟ ମୂଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ମୀନାକ୍ଷୀ ଭୋଇଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର, ଟ୍ରଫି ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା। କାର୍ଯ୍ୟକ୍ରମ କୁ ସଂଗଠନ ସଂପାଦକ ଅବିନାଶ ମୁଣ୍ଡ ପରିଚାଳନା କରିଥିବା ବେଳେ ବିଚାରକ ଭାବେ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା ଓ ଗଣକ ଭାବେ ସନାତନ ନିଆଲ ଦାୟିତ୍ୱ ନିର୍ବାହ କରିଥିଲେ। ଶିକ୍ଷକ ସୁୁଢଲଦେବ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନିମାନ ଲହଜଲ ଧନ୍ଯବାଦ ଅର୍ପଣ କରିଥିଲେ।