ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ଆଜି ଜାଗା ମିଶନ ଅନୁଯାୟୀ ସ୍ଥାୟୀ ପଟ୍ଟା ଓ ପକ୍କା ଘର ପ୍ରଦାନ ଦାବିରେ ଭିଟା ମାଟି ସୁରକ୍ଷା ମଞ୍ଚ ଜୁନାଗଡ଼ ତରଫରୁ ସାଧାରଣ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି।ଯୁବ ନେତା ବିଶ୍ଵନାଥ କରଙ୍କ ତତ୍ବାବଧାନରେ ଆୟୋଜିତ ଏହି ଶୋଭାଯାତ୍ରାରେ ଜୁନାଗଡ଼ ହିଞ୍ଜିଳି ବାହିଲି ଠାରୁ ଆଶୟୀ ଥିବା ହିତାଧୀକାରୀ ମାନେ ରେଳି କରି ବିଜ୍ଞାପିତ ଅଞ୍ଚଳ ପରିଷଦ ଜୁନାଗଡ଼ କାର୍ଯ୍ୟଳୟରେ ପହଞ୍ଚି ତାଙ୍କର ସାମୂହିକ ଦାବିପତ୍ର ପ୍ରଦାନ କରିଥିଲେ।