ରେଳ ସମ୍ପ୍ରସାରଣ ପାଇଁ ଜିଏମଙ୍କୁ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଟ୍ରେନ ନମ୍ବର 58504/58503 ବିଶାଖାପାଟଣା ରାୟଗଡା ଟ୍ରେନ ଯାହାକି ଅଳ୍ପଦିନ ତଳେ ଭବାନୀପାଟଣା ପର୍ଯନ୍ତ ସମ୍ପ୍ରସାରଣ ହୋଇ ଥିଲା, ସେହି ଟ୍ରେନକୁ ଜୁନାଗଡ଼ ପର୍ଯନ୍ତ ସମ୍ପ୍ରସାରଣ ପାଇଁ ପୂର୍ବତନ ନଗରପାଳ ସୁଧାଂଶୁ ଶେଖର ବରାଡ଼, ବଣିକ ସଂଘ ସମ୍ପାଦକ ପ୍ରଭାତ କୁମାର ଦାସ ଓ କଂଗ୍ରେସ ନେତା ସାଉଲ ମଙ୍ଗରାଜ ପ୍ରମୁଖ ଭୁବନେଶ୍ୱର ଠାରେ ଜେନେରାଲ ମ୍ୟାନେଜର ଇଷ୍ଟ କୋଷ୍ଟ ରେଲୱେଙ୍କ ସେକ୍ରେଟେରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି l ଉକ୍ତ ଟ୍ରେନ ଚାଲିଲେ ମୁଖ୍ୟତ ଧର୍ମଗଡ଼ ସବଡ଼ିଭିଜନ ସମେତ ପଡୋଶୀ ଛତିଶଗଡ ଓ ପଡୋଶୀ ଜିଲ୍ଲା ର ବହୁ ସଂଖକ ରେଳ ଯାତ୍ରୀ ଉପକୃତ ହେବେ l ମେଡିକାଲ କାମରେ ବିଷାକପାଟଣା ଉପରେ ନିର୍ଭର ପ୍ରାୟ ସମସ୍ତ ଯାତ୍ରୀ ଉପକୃତ ହେବେ ବୋଲି ଦାବିପତ୍ର ଦେଇଥିବା ସମସ୍ତ ନେତୃ ବୃନ୍ଦ ଆଶା ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.