ଚାଷୀଙ୍କ ସମସ୍ୟା ନେଇ କଂଗ୍ରେସ ପକ୍ଷରୁ କୋକସରା ବ୍ଲକ ଅଫିସ ଘେରାଉ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ରାଜେନ୍ଦ୍ର ନାଏକଙ୍କ ନେତୃତ୍ବରେ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବୁଧବାର ବ୍ଳକ ଅଫିସ୍ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ ବଙ୍ଗୋମୁଣ୍ଡା ଛକ ନିକଟରୁ ଶତାଧିକ କଂଗ୍ରେସ କର୍ମୀ ଓ ଚାଷୀ ସମୂହ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଳକ ଅଫିସ୍ ପାଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ପରେ ୧୬ ଦଫା ଦାବି ସମ୍ମିଳିତ ଏକ ଦାବିପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କୋକସରା ବିଡ଼ିଓଙ୍କ ପ୍ରତିନିଧିତ୍ବରେ ବ୍ଳକ ହିସାବ ରକ୍ଷକ ଅଶୋକ କୁମାର ସେଠୀଙ୍କୁ ପ୍ରଦାନ କରାଯାଇଥିଲା। ଦାବି ଗୁଡିକ ମଧ୍ୟରେ ବେହେରା ଡ୍ୟାମ୍ ସମ୍ପୂର୍ଣ୍ଣ ପୁନରୁଦ୍ଧାର, ଚାଷୀଙ୍କୁ ପ୍ରେଷ୍ଟିଜ ପେନସନ୍, କୁଇଣ୍ଟାଲ ପ୍ରତି ୫ଶହ ଟଙ୍କା ବୋନସ୍ ଓ କୁଇଣ୍ଟାଲ ପ୍ରତି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ ଶହ ଟଙ୍କା, ବରାଡଙ୍ଗାଠାରେ ଥିବା କମଲ ନଦୀରେ ବ୍ୟାରେଜ୍ ନିର୍ମାଣ ଆଦି ଦାବି ଗୁଡିକ ରହିଛି। ଏହି ଦାବିପତ୍ର ପ୍ରଦାନ ସମୟରେ ପୂର୍ବତନ ବ୍ଲକ ସଭାପତି ଘନଶ୍ୟାମ ଜାଲ, ଆମପାଣି ଜୋନ୍ ସଭାପତି ହରିଶ୍ଚନ୍ଦ୍ର ନାଏକ, ନାରୀନେତ୍ରୀ ମାଧୁରୀ ନିଆଲ, ହରେକୃଷ୍ଣ ନାଏକ, କେନ୍ଦ୍ରାପଡ଼ା ପ୍ରଭାରୀ ବେଣୁପାଣି ଦୁର୍ଗା, ଭୀମସେନ ଛତ୍ରିଆ ସମେତ ଦଳୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.