ଘୁନସର କଲେଜରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଘୁନସର ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ଆତ୍ମ ସୁରକ୍ଷା ଶିବିର ଉଦଯାପିତ ହୋଇଯାଇଛି l ଏହାର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଅନୁରାଧା ସେଠ ଯୋଗଦାନ କରି ଆତ୍ମ ସୁରକ୍ଷା ହେଲେ ଛାତ୍ରୀମାନଙ୍କ ଗୁରୁତର ପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ l ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ନିରାକାର ସାହୁ, ମାଷ୍ଟର ଟ୍ରେନର ରେବତୀ ପାଣିଗିରି ଓ ଲକ୍ଷ୍ମୀପ୍ରିୟା ସାହୁ ଯୋଗଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ଶୁଭେନ୍ଦୁ ବିକାଶ କୁମ୍ଭାର ଙ୍କ ଅଧ୍ୟକ୍ଷତା କରିଥିଲେ l ଉକ୍ତ ତାଲିମ ଶିବିର ଦୀର୍ଘ ୭ ଦିନ ଧରି ଚାଲିଥିଲା l ଏଥିରେ କଲେଜର ୮୧ ଜଣ ଛାତ୍ରୀଙ୍କୁ ତାଲିମ ପ୍ରଦାନ କରାଯାଉଥିଲା l ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଅମିତାପ ପଟେଲ ପରିଚାଳନା କରିଥିବା ବେଳେ ଅଧ୍ୟାପକ ମୋହନ ଚରଣ ବାଗ ଧନ୍ୟବାଦ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ନାରାୟଣ ବୁଡ଼େକ, ଶୁକୁମାର ସାହୁ, ଶତ୍ରୁଘନ ଗହୀର, ସରୋଜ ରଣା, ସାଧୁ ରଣା, ନିରଞ୍ଜନ ରଣା ଓ ବିଷ୍ଣୁ ଭୋଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.