ନାମାଙ୍କନ ପତ୍ର ଦାଖଲ କଲେ ପିସିସି ମୁଖିଆ ଶରତ ପଟ୍ଟନାୟକ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ୨୦୨୪ ସାଧାରଣ ନିର୍ବାଚନ ପାଇଁ ନୂଆପଡା ବିଧାନସଭା (୭୧) ରୁ କଂଗ୍ରେସ ପ୍ରାର୍ଥୀ ଭାବେ ପିସିସି ମୁଖିଆ ଶରତ ପଟ୍ଟନାୟକ ମଙ୍ଗଳବାର ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ପରିପେକ୍ଷୀ ଶ୍ରୀ ପଟ୍ଟନାୟକ ତାଙ୍କର ସମର୍ଥକଙ୍କ ଓ ଶହସ୍ରାଧିକ କଂଗ୍ରେସ କର୍ମୀଙ୍କ ସହିତ ଖରିଆର ରୋଡ ଶିବ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନୂଆପଡା ଉପ ଜିଲ୍ଲପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ।କଂଗ୍ରେସର କେନ୍ଦ୍ର ଶୀର୍ଷ ନେତୃତ୍ୱକୁ ଧନ୍ୟବାଦ ଜଣାଇବା ସହିତ ସବୁ ବେଳେ ଲୋକଙ୍କ ସହିତ ଜଡିତ ରହି ତାଙ୍କର ସମସ୍ୟାର ସମାଧାନ ଦିଗରେ କାମ କରିବି ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ। ଜିଲ୍ଲାପରିଷଦ ସଦସ୍ୟ ଭରତ ରାଉତ, ଜିଲ୍ଲା ସଭାପତି ସୁରେଶ ଆଜାଦ, ହଲ୍ଲା ସିଂ, ଦେବଦତ୍ତ ଦୀକ୍ଷିତ, ଅଭୟ ଯୋଶୀ, ଯୁବ ସଭାପତି ଅମିତ ଅହୀର, ଯୁବ ନେତା ଶାହରୁଖ ଖାନ, ପାସା ମହାନନ୍ଦ, ରାଜେଶ ପ୍ରଧାନ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.