ନାମାଙ୍କନ ପତ୍ର ଦାଖଲ କଲେ ରାଜେନ୍ଦ୍ର ଢୋଲକିଆ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ଆସନ୍ତା ମେ ୧୩ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ନୂଆପଡା ବିଧାନସଭା (୭୧) ରୁ ବିଜେଡି ପ୍ରାର୍ଥୀ ଭାବେ ରାଜେନ୍ଦ୍ର ଢୋଲକିଆ ଆଜି ମଙ୍ଗଳବାର ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ପରିପେକ୍ଷୀ ଶ୍ରୀ ପଣ୍ଡା ତାଙ୍କର ସମର୍ଥକଙ୍କ ଓ ଶହସ୍ରାଧିକ ବିଜେଡି କର୍ମୀଙ୍କ ସହିତ ଖରିଆର ରୋଡ ଶଙ୍କର ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନୂଆପଡା ଉପ ଜିଲ୍ଲପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେଡିର ଶୀର୍ଷ ନେତୃତ୍ୱକୁ ଧନ୍ୟବାଦ ଜଣାଇବା ସହିତ ସବୁ ବେଳେ ଲୋକଙ୍କ ସହିତ ଜଡିତ ରହି ତାଙ୍କର ସମସ୍ୟାର ସମାଧାନ ଦିଗରେ କାମ କରିବି ଓ ବିଜେଡି ସରକାରର ବିଭିନ୍ନ ଲୋକାଭିମୁଖୀ ଯୋଜନା ସବୁକୁ ସାଧାରଣ ଜନତାଙ୍କ ପାଖକୁ ପହଞ୍ଚାଇବାର ଅହରହ ପ୍ରୟାଶ କରିବି ବୋଲି ଶ୍ରୀ ଢୋଲକିଆ ପ୍ରକାଶ କରିଥିଲେ। ରାଜ୍ୟ ସଭା ସାଂସଦ ସୁଜିତ କୁମାର, ଏସ.ଡି.ସି ଅଧକ୍ଷ ଭଗତରାମ ମାଝୀ, ଜିଲ୍ଲାପରିଷଦ ଉପାଧକ୍ଷା ଦୀପିକା ଦୀପ, ଜିଲ୍ଲା ପରିଷଦ ସଭ୍ୟ ଅବନୀ ଯୋଶୀ, ମୁରଲୀ ଭୋଇ, ନୂଆପଡା ପଂଚାୟତ ସମିତ ଅଧକ୍ଷା ତାରେଶ୍ବରୀ ସାହୁ, ଉପାଧକ୍ଷ ଦିଲୀପ ନିର୍ମଲକର, କୋମନା ପଂଚାୟତ ସମିତି ଅଧକ୍ଷା ଅନୁସୂୟା କୁମ୍ଭାର, ନୂଆପଡା ନଗର ଅଧକ୍ଷ ମହମ୍ମଦ ଆଦମ, ଯୁବ ନେତା ଜୟ ଢୋଲକିଆ, ରାଜେଶ ନିଗମ, ସନ୍ଦେଶ ଢୋଲକିଆ, କ୍ଷିତୀଶ ବୋଧଙ୍କର, ଧନୀରାମ ସାହୁ, କାର୍ତିକ ଦୀପ, କ୍ଷମା ନିଆଲ, ରାମଲାଲ ହଂସ, ରବି ବାଗ, କମଲ ଠାକୁର, ଥାନେଶ୍ୱର ସୁନା, ମହିଳା ନେତ୍ରୀ ଶେଫାଳି ସେଲମା, ଇନ୍ଦୁ ସାହୁ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ଏହା ସହିତ ଶହଶ୍ରାଧିକ ବିଜେଡି କର୍ମୀ ରାଜେନ୍ଦ୍ର ଢୋଲକିଆ ଜିନ୍ଦାବାଦ ଓ ବିଜେଡି ଜିନ୍ଦାବାଦ କହି ନୂଆପଡା ସହର ପ୍ରକମ୍ପିତ କରୁଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.