ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଆଜି ହେଉଛି ପବିତ୍ର ଚୈତ୍ର ମାସ ର ପଞ୍ଚମ ପାଳି ଶେଷ ମଙ୍ଗଳବାର ଯାତ୍ରା | ଏବଂ ଆଜି ମଧ୍ୟ ପୁର୍ଣିମା ପଡୁଥିବାରୁ ଭକ୍ତ ମାନେ ମାଙ୍କ ପାଖରେ ପଞ୍ଚାମୃତ ଓ ବ୍ରତ ପୁଜା କରିଥାନ୍ତି | ଗଞ୍ଜାମ ଜିଲ୍ଲା ବ୍ୟତିରେକ ଅନ୍ୟନ୍ୟ ଜିଲ୍ଲା ରୁ ବହୁ ଭକ୍ତ ମାନେ ସେମାନଙ୍କ ଜନ୍ମିତ ସନ୍ତାନ ଙ୍କ ଚୁଟି ମୁଣ୍ଡନ ତଥା ମାନସିକ ପୂରଣ ପାଇଁ ଛୁଟି ଆସନ୍ତି ଏହି ଶକ୍ତିପୀଠ କୁ | ତେବେ ଆଜି ମାଙ୍କ ଆଦିଶକ୍ତି ବେଶ ଦର୍ଶନ କରି କୁତାର୍ଥ ହୋଇ ଛନ୍ତି ଭକ୍ତ ମାନେ | ଆଉ ଚଳଚଞ୍ଚଳ ହୋଇଉଠିଛି ଏହି ପୀଠ ସ୍ଥଳ | କଥିତ ଅଛି ଆଜୀର ଦିନରେ ଏହି ବେଶ ରେ ମା ଙ୍କୁ ଦର୍ଶନ କରିଲେ ସେମାନଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତ ଙ୍କ ବିଶ୍ୱାସ କାଳ କାଳରୁ ରହି ଆସୁଛି | ମାନସିକଧାରୀମାନେ ସେମାନଙ୍କ ନବଜାତ ଶିଶୁ ଙ୍କୁ ମଣ୍ଡନ କରି ଲମ୍ବାଧାଡ଼ି ରେ ରାତ୍ର ୪ଘଣ୍ଟ ରେ ଆସି ମା’ଙ୍କ ଆଶିଷପାଇଁ ରୋପୱେ, ରୋଡ଼ ରେ ଵସଯୋଗେ ଏବଂ ସିଡ଼ି ବା ପାବଛ ରେ ଯାଇ ଦର୍ଶନ କରିଥାନ୍ତି। ପ୍ରାତଃ ପାଞ୍ଚ ଘଣ୍ଟରେ ମାଙ୍କ ସବୁ ଦେବନୀତି କରାଯାଇ ଦ୍ଵାର ଖୋଲାଯାଇ ଥିଲା ଓଭକ୍ତ ମାନେ ଧାଡିରେ ଠିଆ ହୋଇ ମାଆଙ୍କୁ ଦର୍ଶନ କରିଥିଲେ | ଜନ ସମାଗମ କୁ ଦୃଷ୍ଟି ରେ ରଖି ଜିଲ୍ଲା, ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିଗେଟ, ପାନୀୟ ଜଳ, ବିଜୁଳି ସହିତ ଭକ୍ତ ମାନେ କିପରିସୁରୁଖୁରୁରେ ମନ୍ଦିର କାର୍ଯ୍ୟ ସାରି ନିଜ ଘରେ ପହଞ୍ଚି ପାରିବେ ତାପାଇଁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଛତ୍ରପୁର ଅତିରିକ୍ତ ଜିଲ୍ଲା ପାଳ ଦେବଦତ୍ତ ମହନ୍ତ ଓ ତାଙ୍କ ଅଫିସଷ୍ଟାଫ, ପୁରୁଷୋତ୍ତମପୁର ବିଡ଼ିଓ ମନୋଜ କୁମାର ନାୟକ, ତଥା ବ୍ଲକ ଷ୍ଟାଫ ଓ ପୁରୁଷୋତ୍ତମପୁର ତହସିଲଦାର ଲୋପା ମୁଦ୍ରା ରଥ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଟିକେ ରେଡି ଉପସ୍ଥିତ ରହି ସବୁ କାର୍ଯ୍ୟକୁ ତଦାରଖ କରି ସବୁ ବ୍ୟବସ୍ଥା କରିଛନ୍ତି | ଏବଂ ଆଇନ କାନୁନ ଓ ଚୋରି ଡକାୟତି ରୁ ରକ୍ଷା ପାଇଁ ଏସପିଙ୍କ ନିର୍ଦ୍ଧେଶ କ୍ରମେ ଛତ୍ରପୁର ଅତିରିକ୍ତ ଏସପି ସଂଗ୍ରାମ କେଶରୀ ବେହେରା, ରଞ୍ଜିତ କୁମାର ପୃଷ୍ଟି, ପୁରୁଷୋତ୍ତମପୁର ଏସଡ଼ି ପିଓ ରଜନୀ କାନ୍ତ ସାମଲ, ତାଙ୍କ ଅଫିସ ଆଇ ଆଇସି ସମୀର କୁମାର ରାଉତ, ପୁରୁଷୋତ୍ତମପୁର ଥାନା ଅଧିକାରୀ ବିପିନ ବିହାରୀ ହୋତା, ଙ୍କ ସମେତ ଥାନା ଷ୍ଟାଫ, ୪ ପ୍ଲାଟୁନ ପୋଲିସ ଙ୍କ ସହ ବହୁ ଥାନାର ଅଧୁକାରୀ ସହକାରୀ ଅଧିକାରୀ ଉପଖଣ୍ଡ ସ୍ତରୀୟ ଅଧିକାରୀ, ଅନ୍ୟନ୍ୟା ପୋଲିସ ପ୍ରଶାସନ ମଧ୍ୟ ସଜାଗ ରହି ସେମାନଙ୍କ ତରଫରୁ ସବୁ ପ୍ରକାର ବ୍ୟବସ୍ତା କରା ଛନ୍ତି | | ଏହାସହ ବହୁ ସ୍ଵେଛାସେବୀ, ଭଦ୍ରବ୍ୟକ୍ତି ଆରାଇ ଷ୍ଟାଫ, ତହସିଲ ଷ୍ଟାଫ, ଏବଂ ବସ କର୍ମଚାରୀଙ୍କ ଙ୍କ ସେବା ଓ ସାହାଯ୍ୟ ରେ ଏହି ଯାତ୍ରା ସମ୍ପୂର୍ଣ ହୋଇଛି | ଆଜି ଚୈତ୍ର ମାସ ପୁର୍ଣିମା ଓ ଶେଷ ମଙ୍ଗଳବାର ହୋଇ ଥିବାରୁ ବାହାରେ ବୁଲୁଥିବା ଆଶରୀରୀ ଓ ଚାମୁଣ୍ଡା ଙ୍କ ପାଇଁ ମାଙ୍କ ଠାରେ,ଭୋଗ ହୋଇଥିବା ସ୍ୱାଦିଷ୍ଟ ପଣାମୁଖ୍ୟ ସେବାୟତ ବାପୁଜୀ ରଣା , ଧ୍ରୁବ ଚରଣ ରଣା ଦୁର୍ଗା ରଣା, ଜଗନ୍ନାଥ ରଣା ଏବଂ ସେବାୟତ ସଭାପତି ତପନ କୁମାର ରଣା ଓ ସମସ୍ତ ସେବାୟତ ଙ୍କ ସହଯୋଗ ରେ ସେମାନଙ୍କ ନିମନ୍ତେ ଏହି ପଣା ଅର୍ପଣ କରାଯାଇଛି | ତେବେ ଏହି ବର୍ଷର ଚୈତ୍ର ମାସ ମଙ୍ଗଳ ବାର ଯାତ୍ରା ରେ ପ୍ରଚଣ୍ଡ ରୌଦ୍ର ତାପ ହୋଇ ଥିଲେ ମଧ୍ୟ ମାଙ୍କ ଦୟାରେ ଶାନ୍ତି, ଶୃଙ୍ଖଳା ସୁରୁଖୁରୁରେ ସମ୍ପୂର୍ଣ ହୋଇଛି ପୁଣି ଅପେକ୍ଷା ଆର ବର୍ଷକୁ |