ଇନ୍ଦ୍ରାବତୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜଳ ସେବା ଶିବିର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲାରେ ବିଗତ କିଛି ଦିନ ହେବ ପାରଦ ୪୨° ରୁ ଉର୍ଦ୍ଧ୍ବ ଟପିଲାଣି। ଏହି ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି କୋକସରା ବ୍ଲକ ରେଙ୍ଗାଳପାଳି ପଞ୍ଚାୟତ ସ୍ଥିତ ଡ଼ଙ୍ଗରୀଗୁଡା ଇନ୍ଦ୍ରାବତୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ନୀଳକଣ୍ଠେଶ୍ଵର ସ୍କାଉଟ୍ସ ଗୃପ ଇନ୍ଦ୍ରାବତୀ ସରକାରୀ ଉଚ୍ଚ ବିଦ୍ୟାଳୟ ଡଙ୍ଗରୀଗୁଡା ଭାରତ ସ୍କାଉଟସ୍ ଏବଂ ଗାଇଡସ୍ କଳାହାଣ୍ଡି ପକ୍ଷରୁ ଜଳ ସେବା ଶିବିର ଆରମ୍ଭ କରି ପଥଚାରୀ ମାନଙ୍କୁ ଦହି ସରବତ ଓ ଥଣ୍ଡା ପାନୀୟ ଜଳ ଯୋଗାଇ ଦିଆଯାଉଛି। ଏହି ଜଳ ସେବା ଶିବିରରେ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟର ସ୍କାଉଟସ୍ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା ଓ ସ୍କାଉଟସ୍ ଛାତ୍ରମାନେ ସହଯୋଗ କରିଥିଲେ।ବିଦ୍ୟାଳୟ ର ଏଭଳି ପ୍ରୟାସ କୁ ରାସ୍ତାରେ ଯାଉଥିବା ପଥଚାରୀ ମାନେ ଓ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.