ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଲେ ପୂର୍ବତନ ବିଧାୟକ କୁମରମଣି ଶବର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପୂର୍ବତନ ନର୍ଲା ବିଧାୟକ କୁମରମଣି ଶବର ଭାରତୀୟ ଜନତା ପାର୍ଟି (ବିଜେପି)କୁ ବାଏ ବାଏ କରି ବିଜୁ ଜନତା ଦଳ (ବିଜେଡ଼ି)ରେ ସାମିଲ ହୋଇଛନ୍ତି। ୧୯୮୫ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକଟରୁ ନର୍ଲା ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ଶବର ପରେ ବିଜେପିକୁ ଆସିଥିଲେ। ଦଳରେ ନିଷ୍ଠାର ସହ କାର୍ଯ୍ୟକରି ତୃଣମୂଳ ସ୍ତରରୁ ବିଜେପିକୁ ସେ ମଜଭୁତ କରିଥିଲା। ସୁଦୃଢ଼ ସଙ୍ଗଠନ ଯୋଗୁଁ ୨୦୨୪ ନିର୍ବାଚନରେ ବିଜେପି ତାଙ୍କୁ ନର୍ଲା ବିଧାୟକ ପ୍ରାର୍ଥୀ କରିବ ବୋଲି ଆଶା କରାଯାଉଥିଲା କିନ୍ତୁ ସେ ଟିକେଟ ପାଇନଥିବାରୁ ଅସନ୍ତୋଷ ପ୍ରକାଶ କରି ଦଳ ଛାଡିଥିବା ଜଣାପଡିଛି। ତେବେ ଶୁକ୍ରବାର ବିଜୁ ଜନତା ଦଳର କଳାହାଣ୍ଡି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ କୁମାର ବଳବନ୍ତରାୟ ଓ କଳାହାଣ୍ଡି ଲୋକସଭା ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କ ଉପସ୍ଥିତିରେ କୁମରମଣି ଶବରଙ୍କ ସମେତ କେସିଙ୍ଗାର ପୂର୍ବତନ ଚେୟାରମେନ ସନ୍ତୋଷ କୁମାର ସାହୁ (ବିଜେପି), ବ୍ଲକ ସଭାପତି ଗୈାର ଚନ୍ଦ୍ର ବିଶ୍ବାଳ (କଂଗ୍ରେସ), ପୂର୍ବତନ କର୍ଲାମୁଣ୍ଡା ବ୍ଲକ ଚେୟାରମେନ ପବିତ୍ର ଭୋଇ (ବିଜେପି), କୁଲତା ସମାଜ ସଭାପତି ଗୋଲାରାମ ସାହୁ, ରିଷିଡାର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ନବୀନ ରଣା (ବିଜେପି) ପ୍ରମୁଖ ବିଦ୍ଧିବଦ୍ଧ ଭାବେ ବିଜେଡ଼ିରେ ସାମିଲ ହୋଇଛନ୍ତି। ଏହି ସବୁ ଲୋକପ୍ରିୟ ନେତା ବିଜେପି ଓ କଂଗ୍ରେସ ଛାଡି ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ଦଳର ଶକ୍ତି ଆହୁରି ଅଧିକ ବଢ଼ିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.