ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ଅଞ୍ଚଳବାସୀ
ଓଡ଼ିଆ ବାର୍ତ୍ତା/ କେସିଙ୍ଗା: କେସିଙ୍ଗା ବ୍ଲକର ମହଗାଁ ଏବଂ ନର୍ଲା ବ୍ଲକର ଧୂବେନ ଗ୍ରାମ ମଧ୍ୟରେ ଥିବା ଲୁହାଜୋର ବ୍ରିଜ୍ କାମ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ସ୍ବାଧିନତାର ଦୀର୍ଘ ୭୭ ବର୍ଷ ପରେ ଏହି ବ୍ରିଜ୍ ନିର୍ମାଣ ହେଉଛି। ଲୁହାଜୋରରେ ସବୁବେଳେ ୪ ରୁ ୫ ଫୁଟ ପାଣି ଆସୁଥିବା ଯୋଗୁଁ ଲୋକଙ୍କ ଯିବା ଆସିବା ବନ୍ଦ ରହିଥାଏ। ଯାହା ଫଳରେ କେସିଙ୍ଗା ଓ ନର୍ଲା ବ୍ଲକର ଜନସାଧାରଣଙ୍କ ସଂଯୋଗ ପାଇଁ ଏହି ଏକ ମାତ୍ର ପଥ ବାଧକ ସାଜିଥାଏ। ବିଶେଷ କରି ବର୍ଷା ସମୟରେ ଜନସାଧାରଣ ଅନେକ ସମସ୍ୟାର ସମ୍ମୁଖୀନ ଲୋକେ ହୋଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଲୁହାଜୋର ଉପରେ ଏକ ବ୍ରିଜ ନିର୍ମାଣ ପାଇଁ କେସିଙ୍ଗା ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ରାଜଲକ୍ଷ୍ମୀ ପଟ୍ଟନାୟକ, ଦେଓଗାଁ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଡମ୍ବରୁଧର ପଟ୍ଟନାୟକ, କଳାହାଣ୍ଡିର ବିଶିଷ୍ଟ ସମାଜସେବୀ ତଥା କୁଣ୍ଡାବନ୍ଧ ସମିତି ସଭ୍ୟ ଶ୍ରୀଯୁକ୍ତ ମନୋଜ କୁମାର ପଟ୍ଟନାୟକ, ମହଗାଁ ୧ନଂ ଓ୍ବାର୍ଡ ସଭ୍ୟ ଶ୍ରୀଯୁକ୍ତ ଅରବିନ୍ଦ ଶବର, ମହଗାଁ ୨ନଂ ଓ୍ବାର୍ଡ ସଭ୍ୟ ଶ୍ରୀଯୁକ୍ତ କୃପାସିନ୍ଧୁ ଶବର, ପୂର୍ବତନ ସମିତି ସଭ୍ୟ ଶ୍ରୀଯୁକ୍ତ ଗଜିନ୍ଦ୍ର ଶବର, ଡମ୍ ସମାଜର ଉପସଭାପତି ଶ୍ରୀଯୁକ୍ତ ଅନିଲ ବେହେରା, ବୁଦ୍ଧିଜୀବୀ ଓ ଗ୍ରାମବାସୀ ବୃନ୍ଦ ଏନେଇ ବାରମ୍ବାର ଆର୍.ଡି. ବିଭାଗର ଏକ୍ସଜ୍ୟୁକୁଟିଭ ଇଞ୍ଜିନିୟର, ଏସଡିଓ, ଜେଇ ଆଦିଙ୍କୁ ଦେଖା କରିବା ସହ ମହଗାଁ-ଧୋବେନ ଲୁହାଜୋର ଉପରେ ଏକ ବ୍ରିଜ୍ ନିର୍ମାଣ ପାଇଁ ଦାବି କରିଥିଲେ। ଏମାନଙ୍କ ଦୀର୍ଘ ବର୍ଷର ଦାବୀ ବର୍ତ୍ତମାନ ଫଳବତୀ ହୋଇଛି। ଟେଣ୍ଡର ହୋଇ ଲୁହାଜୋର ବ୍ରିଜ୍ କାମ ଆରମ୍ଭ ହୋଇଛି। ଏନେଇ କେସିଙ୍ଗା ବ୍ଲକ ଉପାଧ୍ୟକ୍ଷା, ଦେଓଗାଁ ସରପଞ୍ଚ, କୁଣ୍ଡାବନ୍ଧ ସମିତି ସଭ୍ୟ, ମହଗାଁଗ୍ରାମବାସୀଙ୍କ ସମେତ ଅଞ୍ଚଳର ଜନସାଧାରଣ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।