ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ରବି ଋତୁରେ ଉତ୍ପାଦିତ ଧାନକୁ କୃଷକମାନେ ସୁରୁଖୁରୁରେ ବିକ୍ରୟ କରିବା ପାଇଁ ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲିଛନ୍ତି। ସେହି କ୍ରମରେ ଜୁନାଗଡ଼ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଜୁନାଗଡ଼ ଆର.ଏମ.ସି ଫର୍ଡ ଠାରେ ଧାନ ମଣ୍ଡି ଉଦଘାଟିତ ହୋଇଛି। ଜୁନାଗଡ଼ ପ୍ରାଥମିକ କୃଷି ସେବା ସମବାୟ ସମିତି ଅନ୍ତର୍ଗତ ମେରିଆବନ୍ଧଳି, ବଳଦିଆମାଲ, ଭୈରିଗୁଡାର ଚାଷୀମାନେ ଏହି ମଣ୍ଡିରେ ଆଜିଠାରୁ ନିଜର ଉତ୍ପାଦିତ ଧାନ ବିକ୍ରି କରି ପାରିବେ। ପ୍ରାଥମିକ କୃଷି ସମବାୟ ସମିତିରର ଡାଇରେକ୍ଟର ସନ୍ତୋଷ କୁମାର ସିଂହ ଦେଓ ଏହି ମଣ୍ଡିର ଶୁଭ ଉଦଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଜାମ୍ବିଳ ପୁଝାରି, ଦୁର୍ଗା ପ୍ରସାଦ ନାଏକ, ପେକ୍ସ ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଯଦୁମଣି ଭାଟି, ଦିନେଶ କୁମାର ପାତ୍ର, କପୁର କାଣ୍ଡ, ଭୂପେନ୍ଦ୍ର ଘି, ଦେବାଶିଷ ପଣ୍ଡା, ଆର.ଏମ.ସିରୁ ସୁଶୀଲ ଦାଶ, ତରୁଣ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ।