ବ୍ୟବସାୟୀଙ୍କ ଠାରୁ ଲୁଟେରା ଝାମ୍ପି ନେଲେ ରୂପା ଭର୍ତ୍ତି ବ୍ୟାଗ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଟଖଣ୍ଡା ସାହିର ଜଣେ ରୂପା ବ୍ୟବସାୟୀଙ୍କ ଠାରୁ କିଛି ଲୁଟେରା ୧୦କିଲୋ ରୂପା ଝାମ୍ପି ନେଇ ଥିବା ଖବର ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଞ୍ଚଳର ପାଟଖଣ୍ଡା ସାହିର ପୁରୁଖା ରୂପା ବ୍ୟବସାୟୀ ସନ୍ୟାସୀ ନାୟକଙ୍କ କହିବା ଅନୁଯାୟୀ ପ୍ରତିଦିନ ଭଳି ଶୁକ୍ରବାର ଦିନ ମଧ୍ୟ ୧୦ ଘଣ୍ଟ ସମୟରେ ନିଜ ସାଇକେଲରେ ସେ ଘରୁ ବାହାରି ବେପାର କରିବାକୁ ଯିବାବେଳେ ଦୁଇଟି ବାଇକରେ ଲୁଟେରା ମାନେ ଆସି ଗାଡ଼ିରୁ ପଡ଼ିଗଲା ଭଳି ଅଭିନୟ କରି ଶ୍ରୀ ନାୟକଙ୍କ ସାଇକେଲରେ ଲାଗିଥିବା ଦୁଇଟି ରୂପା ବ୍ୟାଗ ଝାମ୍ପୀ ନେଇଥିଲେ। ବ୍ୟାଗ୍ ରେ ୧୦ କେଜିରୁ ଉର୍ଦ୍ଧ୍ବ ରୂପା ଥିବା କହିଛନ୍ତି ବ୍ୟବସାୟୀ ଜଣକ। ଉକ୍ତ ରୂପାର ଆନୁମାନିକ ମୂଲ୍ୟ ୭ ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି। ଶ୍ରୀ ନାୟକ ବାଲିଗୁଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ତନାଘନା ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.