ଲାଗିଲା ଲାଇଟ୍; ରାତିରେ ପୁଣି ଝଲସିବ ଶ୍ରୀମନ୍ଦିର

ଓଡ଼ିଆ ବାର୍ତ୍ତା/ ପୁରୀ: ରାଜ୍ୟରେ ସରକାର ବଦଳିବା ପରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଆଲୋକୀକରଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ରାତା ରାତି ଲାଇଟ୍ ଖୋଲି ନେଇଯିବା ପରେ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଥିଲା। ଏହାକୁ ନେଇ ଶ୍ରୀମାନିର ସେବାୟତ ଏବଂ ସାଧାରଣ ଶ୍ରଦ୍ଧାଳୁ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ଶନିବାର ସକାଳୁ ମୁଖ୍ୟା ଶାସନ ସଚିବ ପ୍ରଦୀପ ଜେନା ଘଟଣାର ତଦନ୍ତ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷେ ପୂର୍ବରୁ ଆଲୋକୀକରଣ ପାଇଁ ନିୟୋଜିତ ଥିବା ଠିକା ସଂସ୍ଥା ଲାଇଟ ଖୋଲି ନେଇଥିଲା ବେଳେ ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଭିତରେ କେବୁଲ୍ ଖୋଲୁଥିବା ବେଳେ ୪ ଜଣଙ୍କୁ ଅଟକ ରଖିଥିଲା ବଡଦାଣ୍ଡ ପୋଲିସ। ଆଲୋକୀକରଣ ବନ୍ଦ ପରେ ସେମାନେ କେବୁଲ୍ ଖୋଲୁଥିଲେ। ତେବେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ହସ୍ତକ୍ଷେପ ପରେ ସ୍ଥିତି ବଦଳିଛି। ଲାଇଟ୍ ଖୋଲି ନେଇଥିବା ସଂସ୍ଥା ଶନିବାର ପୁଣି ଲାଇଟ୍ ଲଗାଇଛି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.