ପରଲୋକରେ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ସଭାପତି ଅମୋଲ କାଲେ; ଭାରତ-ପାକିସ୍ତାନ ମ୍ୟାଚ ଦେଖି ହେଲା ହୃଦଘାତରେ ମୃତ୍ୟୁ 

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତ ପାକିସ୍ତାନ ମ୍ୟାଚ ଦେଖି ହୃଦଘାତର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ସଭାପତି ଅମୋଲ କାଲେ । ନ୍ୟୁୟର୍କରେ ସେ ପାଭିଲିଓନରେ ବସି ମ୍ୟାଚ ଦେଖୁଥିଲେ । ଏହି ମ୍ୟାଚ ବହୁତ କଡା ମୁକାବିଲା ହୋଇଥିଲା । ଭାରତୀୟ ବୋଲରଙ୍କ ପାଇଁ ଦଳ ଶେଷରେ ବାଜି ମାରିଥିଲା । ଅମୋଲ କାଲେଙ୍କ ବିୟୋଗରେ କ୍ରିକେଟ ସମୁଦାୟରେ ଶୋକର ଛାୟା ଖେଳିଯାଇଛି । ଅନେକ ଲୋକ ଶୋକବାର୍ତା ପ୍ରକାଶ କରିଛନ୍ତି । ଅମୋଲ କାଲେ ରବିବାର ମୁମ୍ବାଇ କ୍ରିକେଟ୍ ବୋର୍ଡ ସଚିବ ଅଜିଙ୍କ୍ୟ ନାଏକ ଏବଂ ଅନ୍ୟ ଜଣେ ଅଧିକାରୀଙ୍କ ସହ ନାସାଉ କାଉଣ୍ଟି କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.