ଆଜି ରାଏବରେଲିରେ ରାହୁଲ ଓ ପ୍ରିୟଙ୍କାଙ୍କ ଜନସଭା 

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାଏବରେଲି ଓ ଆମେଠିରୁ ଲୋକସଭା ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହେବା ପରେ କଂଗ୍ରେସ କର୍ମୀଙ୍କ ସହ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ସାହିତ ହୋଇପଡିଛନ୍ତି । ଏହିକ୍ରମରେ ଆଜି ରାଏବରେଲି ଯିବେ ରାହୁଲ ଗାନ୍ଧୀ । ରାଏବରେଲିରୁ ବିଜୟୀ ହେବା ପରେ ଏହା ରାହୁଲ ଗାନ୍ଧୀଙ୍କ ପ୍ରଥମ ଗସ୍ତ । ତାଙ୍କ ସାଙ୍ଗରେ ଯିବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଉଭୟ ରାହୁଲ ଓ ପ୍ରିୟଙ୍କା ରାଏବରେଲିରେ ଜନସଭା କରି ରାଏବରେଲି ବାସିନ୍ଦାଙ୍କୁ ଧନ୍ୟବାଦ ଦେବେ । ଆଜି ରାହୁଲ ଓ ପ୍ରିୟଙ୍କାଙ୍କ ସହ ଆମେଠି ଆସନରୁ ବିଜୟୀ କଂଗ୍ରେସ ସାଂସଦ କିଶୋରୀ ଲାଲ ଶର୍ମା ମଧ୍ୟ ଉପସ୍ଥିତ ରହିବେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.