ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଟିମ ଇଣ୍ଡିଆ ମୁଖ୍ୟ କୋଚ ନେଇ ବଡ ଖବର ସାମ୍ନାକୁ ଆସିଛି । ଖୁବଶୀଘ୍ର ବାଜିପାରେ ନୂଆ କୋଚଙ୍କ ଉପରେ ମୋହର । ମିଳିଥିବା ସୂଚନା ଅନୁସାରେ ରେସରେ ସବୁଠୁ ଆଗରେ ଥିବା ଗୌତମ ଗମ୍ଭୀରଙ୍କ ସମସ୍ତ ସର୍ତ ବିିସିଆଇ ମାନିଛି । ତେଣୁ ଚର୍ଚ୍ଚା ହେଉଛି ଗୌତମ ହିଁ ହୋଇପାରନ୍ତି ଟିମ ଇଣ୍ଡିଆ ମୁଖ୍ୟ କୋଚ । ରାହୁଲ ଦ୍ରାବିଡଙ୍କ ପରେ ଟିମ ଇଣ୍ଡିଆର ମୁଖ୍ୟ କୋଚ ହେବାକୁ ଯାଉଛନ୍ତି ପୂର୍ବତନ ଭାରତୀୟ ଖେଳାଳି ଗୈାତମ ଗମ୍ଭୀର । ମୁଖ୍ୟ କୋଚ ପଦ ପାଇଁ କେବଳ ଗମ୍ଭୀର ହିଁ ଆବେଦନ କରିଥିଲେ । ସୂଚନା ଅନୁସାରେ ଏନେଈ ସାକ୍ଷାତକାର କାର୍ଯ୍ୟକ୍ରମ ଶେଷ ହୋଇଛି ଓ କୌଣସି ମୁହୁର୍ତରେ ନାଁ ଘୋଷଣା ହୋଇପାରେ । କିଛି ଦିନ ପୂର୍ବରୁ ଗମ୍ଭୀର ଓ ଜୟ ଶାହା ଏକାଠି ନଜର ଆସିଥିଲେ ଏବଂ ଚର୍ଚ୍ଚା ମଧ୍ୟ ବଢିଥିଲା କୋଚ ପାଇଁ ଗମ୍ଭୀର ହିଁ ପ୍ରଥମ ପସନ୍ଦ । ସୂଚନା ଅନୁସାରେ ଗମ୍ଭୀର ବିସିସିଆଇ ଆଗରେ ଯେଉଁ ସର୍ତ ରଖିଥିଲେ ତାକୁ ମଧ୍ୟ ମାନିନେଇଛି ବିସିସିଆଇ ।