ବିଧାୟିକା ଭାବରେ ବିଧାନସଭାରେ ଶପଥ ନେଲେ ମନୋରମା ମହାନ୍ତି 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ଲିଙ୍ଗରାଜ ମିଶ୍ର): ଓଡ଼ିଶା ବିଧାନସଭାର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବିଧାୟକମାନେ ଶପଥ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମେ ବିଧାୟକ ଭାବେ ଶପଥ ଗ୍ରହଣ କରିଥିବା ବେଳେ ପର୍ଯ୍ୟାୟକ୍ରମେ ଅନ୍ୟ ବିଧାୟକ ମାନେ ଶପଥ ନେଇଛନ୍ତି। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ବିଜୁ ଜନତା ଦଳର ଅନେକ ବିଧାୟକ ଆଜି ଶପଥଗ୍ରହଣ କରିଛନ୍ତି। ସେହି କ୍ରମରେ ନର୍ଲା ବିଧାୟିକା ଭାବେ ବିଧାନସଭାରେ ଶପଥ ନେଇଛନ୍ତି ମନୋରମା ମହାନ୍ତି। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମନୋରମାଙ୍କୁ ବିଧାୟକ ଭାବେ ଶପଥପାଠ କରାଇଛନ୍ତି। ଏଠାରେ ପ୍ରକାଶଯୋଗ୍ୟ ଯେ, କଂଗ୍ରେସର ହେବିଓ୍ବେଟ ନେତା ଭକ୍ତ ଚରଣ ଦାସଙ୍କୁ ପରାସ୍ତ କରି ନର୍ଲା ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ମନୋରମା ମହାନ୍ତି। ବିଧାୟିକା ଭାବରେ ଓଡ଼ିଶା ବିଧାନସଭାକୁ ଏହା ତାଙ୍କର ପ୍ରଥମ ପ୍ରବେଶ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.