ଶିକ୍ଷକ ଉଜ୍ଜଳ କୁମାର ଦଳାଇ ଓ ଶିକ୍ଷୟତ୍ରୀ ସଂଯୁକ୍ତା ବେହେରାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଭବାନୀପାଟଣା ଓ ଥୁଆମୂଳ ରାମପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ପ୍ରାଥମିକ ଶିକ୍ଷକ ଭବନ ଭବାନୀପାଟଣା ଠାରେ ଥୁଆମୂଳ ରାମପୁର ବ୍ଲକର ଶିକ୍ଷକ ଉଜ୍ଜଳ କୁମାର ଦଳାଇ ଓ ସଦର ବ୍ଲକର ଶିକ୍ଷୟତ୍ରୀ ସଂଯୁକ୍ତା ବେହେରାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ସଦର ବ୍ଲକ ସଭାପତି ମଧୁସୂଦନ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସଦର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଚାରୀ ଶବର, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବିଆରସିସି ଜୟ କୁମାର ମାଝୀ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦୀଶ ମୁଣ୍ଡ, ହୃଷୀକେଶ ନାଏକ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବୀରେନ୍ଦ୍ର କୁମାର ବାଗ, ସାଧାରଣ ସମ୍ପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଉପଦେଷ୍ଟା ବିନୋଦ ବିହାରୀ ମଣ୍ଡଳ, ଥୁଆମୂଳ ରାମପୁର ବ୍ଲକ ଶିକ୍ଷକ ସଂଘ ସଭାପତି ଅଜିତ କୁମାର ନାୟକ, ସମ୍ପାଦକ ସୁରେଶ ଚନ୍ଦ୍ର ନାଏକ, ନର୍ଲା ବ୍ଲକ ସମ୍ପାଦକ ଅମିତ ଶର୍ମା ଯୋଗ ଦେଇଥିଲେ।

ଶିକ୍ଷୟତ୍ରୀ ମିନତୀ କୁମାରୀ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ସଦର ବ୍ଲକ ସମ୍ପାଦକ ପ୍ରଦ୍ୟୁମ୍ନ ହୋତା ସ୍ୱାଗତ ଅଭିଭାଷଣ ରଖିଥିଲେ। ଏହି କାର୍ଯ୍ୟକ୍ରମରେ କୋର କମିଟି ସଦସ୍ୟ ଯୋଗେଶ୍ୱର ମିଶ୍ର, ଦିଲ୍ଲୀପ ଖାନସମା, ଶ୍ରୀନିବାସ ଆଚାରୀ, ଅମରେନ୍ଦ୍ର ପଟ୍ଟନାୟକ, ଜଗଦୀଶ ପାଣି, ତପନ କୁମାର ବେହେରା, ରାମେଶ୍ୱର ନାଏକ, ସୁବାସ ଚନ୍ଦ୍ର ବିଶ୍ୱାଳ, ପ୍ରମୋଦ ବିଶି, ଜିଲ୍ଲା କୋଷାଧକ୍ଷ ଶିବପ୍ରସାଦ ଦାସ, ଥୁଆମୂଳ ରାମପୁର ବ୍ଲକ ଉପସଭାପତି ସୁବାଷ ଚନ୍ଦ୍ର ନାଏକ, ସଦର ବ୍ଲକ ଉପସଭାପତି ଦୁଷ୍ମନ୍ତ ନାଏକ ଉପସ୍ଥିତ ଥିଲେ। ସଦର ବ୍ଲକ ଉପସଭାପତି ବେଣୁଧର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.