ଗାଧୋଇବାକୁ ଯାଇ ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ବେହେରାଗୁଡା ଗ୍ରାମର ଜଣେ ବୃଦ୍ଧା ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ବୃଦ୍ଧା ଜଣକ ହେଲେ ବବୃ ବାହନ ପୋଡ଼ଙ୍କ ସ୍ତ୍ରୀ ନୃପତି ପୋଡ଼(୫୫)। ସୂଚନା ଅନୁସାରେ ସୋମବାର ସକାଳେ ନିକଟସ୍ଥ ପୋଖରୀକୁ ନିଜ ଦୁଇ ଝିଅଙ୍କ ସହ ବୃଦ୍ଧା ନୃପତି ଗାଧୋଇବାକୁ ଯାଇଥିଲେ। ତେବେ ଗାଧୋଇବା ସମୟରେ ସେ ପାଣିରେ ବୁଡ଼ି ଯାଇଥିଲେ। ସାଙ୍ଗରେ ଥିବା ତାଙ୍କ ଦୁଇ ଝିଅ ଉଦ୍ଧାର କରିବା ପାଇଁ ଚେଷ୍ଠା କରିଥିଲେ ମଧ୍ୟ ସେମାନେ ପାଣିରୁ ତାଙ୍କୁ ଉଦ୍ଧାର କରି ପାରି ନଥିଲେ। ପରିବାର ଲୋକେ ମଧ୍ୟ ଉଦ୍ଧାର କରିବାରେ ବିଫଳ ହେବାପରେ କୋକସରା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପାଣି ଭିତରୁ ନୃପତିଙ୍କ ମୃତ ଦେହ ଉଦ୍ଧାର କରିଥିଲେ। ପରେ ଶବ ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ଜଣାପଡିଛି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.