କୁମ୍ଭାରକାନୀ ଠାରେ ଖୋଲିଲା ନୂତନ ପେଟ୍ରୋଲ ପମ୍ପ; ଉଦଘାଟନ କଲେ ଲାଞ୍ଜିଗଡ ବିଧାୟକ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କୁମ୍ଭାରକାନୀ ଠାରେ ଖୋଲିଲା ଭାରତ ପେଟ୍ରୋଲିୟମର ନୂତନ ପେଟ୍ରୋଲ ପମ୍ପ।ଜୟପାଟଣାର ରାକେଶ ଜୈନଙ୍କ ଦ୍ବାରା ସ୍ଥାପିତ ହୋଇଥିବା ଏହି ପେଟ୍ରୋଲ ପମ୍ପର ଶୁଭ ଉଦଘାଟନ ହୋଇସାରିଛି। ସୋମବାର ଉଦଘାଟନୀ ଉତ୍ସବରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ଫିତା କାଟି ଉଦଘାଟିତ କରିଛନ୍ତି।  ଥୁଆମୂଳ ରାମପୁର ବ୍ଲକର ଗୁଣପୁର ଏବଂ ଥୁଆମୂଳ ରାମପୁର ସଦରମହକୁମା ଠାରେ ପେଟ୍ରୋଲ ପମ୍ପ ରହିଥିବା ବେଳେ କୁମ୍ଭାରକାନୀ ଠାରେ ସ୍ଥାପନ ହୋଇଥିବା ପେଟ୍ରୋଲ ପମ୍ପ ଅଞ୍ଚଳର ଯାନବାହନ ପାଇଁ ଇନ୍ଧନର ଆବଶ୍ୟକତା ପୁରଣ କରିବାରେ ସହାୟକ ହେବ ବୋଲି ଅଞ୍ଚଳବାସୀ ବିଶ୍ବାସ ରଖିଛନ୍ତି। ସ୍ଥାନୀୟ ବାଗଡିଆଣି ଗ୍ରାମ ପଞ୍ଚାୟତ ସମେତ ବଡଛତ୍ରଙ୍ଗ, ଡୁମେରପଦର, ତଳଝାପି, ଅଡ୍ରୀ, ଗୋପୀନାଥପୁର, ମାଳିଗାଁ ପଞ୍ଚାୟତ ଏବଂ ରାୟଗଡା କାଶୀପୁର ବ୍ଲକ ଅଞ୍ଚଳର ଲୋକେ ମଧ୍ୟ ସୁବିଧା ପାଇପାରିବେ। ଉଦଘାଟନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ଏବଂ ଜନପ୍ରତିନିଧି ମାନଙ୍କ ସହିତ ଅଞ୍ଚଳର ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.