ଭାରତରେ ଅଣଦେଖା ହେଉଥିବା ଶୀଲାନନ୍ଦ ଲାକ୍ରାଙ୍କୁ ହକି ୱାନ ପାଇଁ ସାଇନ କଲା ଅଷ୍ଟ୍ରେଲିଆ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ୨୦୨୨ ପରଠାରୁ ପ୍ରତିଭାବାନ ଫରୱାର୍ଡ ଖେଳାଳି ଶୀଲାନନ୍ଦ ଲାକ୍ରା ବାରମ୍ବାର ଅଣଦେଖା ହୋଇ ଆସୁଛନ୍ତି । ନିକଟରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ହକି ୱାନ ଲିଗ ପାଇଁ ଏଚସି ମେଲବୋର୍ଣ୍ଣ ତାଙ୍କୁ ସାଇନ କରିଛି । ସେ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଏହି ଲିଗ ଖେଳିବେ । ଏହା ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ୨୦୧୮ରେ ଆନ୍ତର୍ଜାତୀୟ ହକି ପଦାର୍ପଣ କରିବା ପରେ ସେ ଭାରତ ପକ୍ଷରୁ ୨୮ଟି ମ୍ୟାଚ ଖେଳିଛନ୍ତି । ଲାକ୍ରାଙ୍କ ଅଭିଜ୍ଞତା ଓ ଦକ୍ଷତା ନିଶ୍ଚିତ ଭାବେ ଆମ ଟିମକୁ ମଜଭୁତ କରିବ ବୋଲି ହକି ଭିକ୍ଟୋରିୟାର ସିଇଓ ଆନ୍ଦ୍ରେ ସ୍କିଲର୍ଣ୍ଣ କହିଛନ୍ତି । ସୁନ୍ଦରଗଡର କଲିଜାପଥର ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ । ହକିକୁ କ୍ୟାରିୟର ଭାବେ ଗଢ଼ି ତୋଳିବା ପୂର୍ବରୁ ସେ ପ୍ରିଷ୍ଟ ହେବା ପାଇଁ ପ୍ରଶିକ୍ଷଣ ନେଉଥିଲେ । ହକି ପାଇଁ ପାଗଳାମୀ ତାଙ୍କୁ ଶେଷରେ ୨୦୧୫ରେ ସେଲ ହକି ଏକାଡେମୀକୁ ନେଇ ଆସିଥିଲା । ହକି ୱାନରେ ଏଚସି ମେଲବୋର୍ଣ୍ଣ ତାର ପ୍ରଥମ ମୁକାବିଲାରେ ଆଡିଲେଡ ଫାୟାର ବିପକ୍ଷରେ ଆରମ୍ଭ କରିବ । ଲାକ୍ରା ୨୦୨୧ରେ ବାଂଲାଦେଶରେ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ବ୍ରୋଞ୍ଜ ପଦକ ବିଜୟୀ ଟିମର ସଦସ୍ୟ ଥିଲେ । ସେହିପରି ସୁଲତାନ ଅଜଲାନ ଶାହ କପ ହକି ୨୦୨୧, ୨୩ ବର୍ଷରୁ କମ ସୁଲତାନ ଜୋହର କପ, ପଂଚଦେଶୀୟ ୨୩ ବର୍ଷରୁ କମ ହକିରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.