ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢିପଦର ସ୍ଥିତ ଦେବଗିରି ମଠର ସେବାୟତ ବୃନ୍ଦ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସୋମବାର ଭୁବନେଶ୍ୱରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କୁ ମଠର ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଇବା ସହ ତାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ସେବାୟତ। ଏଥିରେ ଦେବଗିରି ମଠର ସେବାୟତ ତପିବର ଦାସ, ବିଜୟ କୁମାର ଧଙ୍ଗଡାମାଝୀ, ସଞ୍ଜୟ କୁମାର ଧଙ୍ଗଡାମାଝୀ, ସୁନୀଲ କୁମାର ଧଙ୍ଗଡାମାଝୀ, ବିଷ୍ଣୁ ଗଉଡ, ରଜନୀ ଗଉଡ, ଶତ୍ରୁଘନ ଧଙ୍ଗଡାମାଝୀ, ଦେବରାଜ ଗଉଡ, ବିଭିଷଣ ଧଙ୍ଗଡାମାଝୀ, ଭରତ ଧଙ୍ଗଡାମାଝୀ, ପ୍ରଦୀପ କୁମାର ଧଙ୍ଗଡାମାଝୀ ପ୍ରମୁଖ ସାମିଲ ହୋଇଥିଲେ। ଶୀଘ୍ର ଐତିହାସିକ ଦେବଗିରି ମଠ ସମସ୍ୟାର ସମାଧାନ କରାଯିବ ବୋଲି ଏହି ଅବସରରେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
Omkar Vasthu
Near Ashish Medical Store, Bhawanipatna
Udyogi Nursery