ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମଦନପୁର ରାମପୁର ରାଜା ସମରେନ୍ଦ୍ର ପ୍ରତାପ ସିଂହଦେଓ (୮୦)ଙ୍କ ପରଲୋକ ହୋଇଯାଇଛି। ଦିବଂଗତ ରାଜା ଗୌରଚନ୍ଦ୍ର ସିଂହଦେଓଙ୍କ ଜ୍ୟେଷ୍ଠ ପୁତ୍ର ସମରେନ୍ଦ୍ର ପ୍ରତାପ ଦୀର୍ଘ ଦିନ ହେଲା ଅସୁସ୍ଥ ରହି ଚିକିତ୍ସିତ ହେଉଥିଲେ। ତାଙ୍କର ଦୁଇ ଝିଅ ରହିଥିବା ବେଳେ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କରି ସମସ୍ତ ଭାଇ ଉପସ୍ଥିତି ରହିଥିଲେ। ତେବେ ଆସନ୍ତାକାଲି ଗାଁ ଶ୍ମଶାନରେ ଶେଷ କୃତ ସଂପନ୍ନ କରାଯିବ ବୋଲି ଜଣା ପଡ଼ିଛି। ତାଙ୍କ ବାସ ଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଶେଷ ଦର୍ଶନ କରିଛନ୍ତି।