କନିଷ୍ଠ ଶିକ୍ଷକ ନିଯୁକ୍ତିରେ ସ୍ୱତନ୍ତ୍ର ଦୁଇ ବର୍ଷିଆ ବି.ଏଡ଼କୁ ବାଦ୍ ଦେବା ସମସ୍ୟାର ସମାଧାନ ପାଇଁ ଏକାଠି ହେଲେ ଓଡିଶା ସ୍ୱତନ୍ତ୍ର ଶିକ୍ଷକ ସଂଘ ଏବଂ ସ୍ୱତନ୍ତ୍ର ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନ ସମୂହ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ରାଜ୍ୟରେ ପ୍ରାୟ ୧୨ଟି ସ୍ୱତନ୍ତ୍ର ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନରେ ଦୁଇ ବର୍ଷିଆ ସ୍ୱତନ୍ତ୍ର ବି.ଏଡ଼ ପାଠ୍ୟକ୍ରମ ଚାଲୁଅଛି । ଯାହାକି ୨୦୧୫ ମସିହା ପୂର୍ବରୁ ଏକ ବର୍ଷିଆ ପାଠ୍ୟକ୍ରମ ଥିଲା ଏବଂ ଏନସିଟିଇ ନିୟମ ଅନୁସାରେ ଓ ଭାରତୀୟ ପୁନର୍ବାସ ପରିଷଦର ନୋଟିଫିକେସନ ଅନୁଯାୟୀ ୨୦୧୫ ଶିକ୍ଷା ଶିକ୍ଷାବର୍ଷ ଠାରୁ ଦୁଇ ବର୍ଷୀଆ ପାଠ୍ୟକ୍ରମରେ ପରିଣତ ହୋଇଛି ଏବଂ ପ୍ରତିବର୍ଷ ଓଡ଼ିଶାର ପ୍ରାୟ ୩୦୦ରୁ ଅଧିକ ବିଦ୍ୟାର୍ଥୀ ଉକ୍ତ କୋର୍ସରେ ନାମ ଲେଖାଇ ସାଧାରଣ ଶିକ୍ଷକ ଏବଂ ସ୍ୱତନ୍ତ୍ର ଶିକ୍ଷକ ହେବା ପାଇଁ ତାଲିମ ନେଉଛନ୍ତି । କିନ୍ତୁ ହେବାକୁ ଯାଉଥିବା କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଉଚ୍ଚ ପ୍ରାଥମିକ ସ୍ତରରେ ଆବେଦନ କରିଥିବା ଏବଂ ଚୟନ ହୋଇଥିବା ଦୁଇ ବର୍ଷିଆ ସ୍ୱତନ୍ତ୍ର ବିଏଡ଼ ପିଲାଙ୍କର ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ସରିଥିବା ସତ୍ୱେ ଶେଷ ପର୍ଯ୍ୟାୟରେ ଯୋଗ୍ୟ ପ୍ରାର୍ଥୀଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଅଟେ ।

Omkar Vasthu
Omkar Vasthu

ଏହି ସମସ୍ୟା ସମ୍ବନ୍ଧରେ ଓଡିଶା ସ୍ପେସିଆଲ ଏଡୁକେଟର ଫେଡେରେସନ ଏବଂ ସ୍ୱତନ୍ତ୍ର ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନର ସଂଘର ଏକ ମିଳିତ ବୈଠକ ହୋଇଯାଇଛି ଏବଂ ମନ୍ତ୍ରୀ ମାନଙ୍କ ସହ ଆଲୋଚନା ମଧ୍ୟ କରାଯାଇଛି । ମାନ୍ୟବର ମନ୍ତ୍ରୀ ଖୁବ ଶୀଘ୍ର ଏହାର ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି ଏବଂ ସଂଗଠନ ଏ ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ ଲୋଡ଼ିବା ଉପରେ ପଦକ୍ଷେପ ଗ୍ରହଣ କରୁଅଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.