କେନ୍ଦ୍ରୀୟ ବିଦ୍ୟାଳୟ ରାୟଗଡରେ ବନମହୋତ୍ସବ 

ରାୟଗଡ,୭/୬ : ରାୟଗଡ କେନ୍ଦ୍ରୀୟ ବିଦ୍ୟାଳୟ ପରିଷରରେ ଶନିବାର ଦିନ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବଶରରେ ମୁଖ୍ୟ ଅତିଥି ଭାବେ କ୍ଷେତ୍ରୀୟ ମୁଖ୍ୟ ବନ ସଂରକ୍ଷକ ସୁଦୀପ୍ତ ଦାସ, ଖଣ୍ଡୀୟ ବନ ଅଧିକାରୀ ଦେବଚରଣ ବେହେରା ଓ ବିଦ୍ୟାଳୟ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ପଣ୍ଡା ବୃକ୍ଷରୋପଣ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାରର ପ୍ରାୟ ୪୦୦ ଚାରା ରୋପଣ କରିବା ସହ ବନବିଭାଗର କର୍ମଚାରୀ ମାନଙ୍କ ସହ ବୃକ୍ଷର ଉପଯୋଗୀତା ଓ ଯତ୍ନ ସମ୍ପର୍କରେ ପଚାରି ବୁଝିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ କାର୍ଯ୍ୟକ୍ରମଟି ସଫଳ ହେବା ସହ ଛାତ୍ରଛାତ୍ରୀଙ୍କୁ ପ୍ରକୃତି ସହ ନିକଟତର ହେବାରେ ବନମହୋତ୍ସବ କାର୍ଯ୍ୟକ୍ରମ ପ୍ରେରିତ କରିପାରିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ବିଦ୍ୟାଳୟ ଗତ ଜୁନ ୫ ରେ ଓଡିଶା ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ହୋଇଅଛି।

Omkar Vasthu
Omkar Vasthu
ରାୟଗଡରୁ ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

 

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.