ସନ୍ଦୀଗ୍ଧ ଏ ମନତଳ ସୀମାରେଖା ଡେଇଁ
ତୁମେ କେବେ ଚାଲିଆସ
ଅତି ଆପଣାରପରି
ଭାବିପାରେନା ମୁଁ ସେତେବେଳେ
ତୁମେ କେତେପର କେତେ ବା ନିଜର
ସାଇତାଥିବା ସମସ୍ତ ମୁହୂର୍ତ୍ତ
ତୁମକୁ ସମର୍ପିବା ପରେ
ଖୋଜିବସେ ନିଜର ଅସ୍ଥିତ୍ବ ।।
କେତେ ମରେ ତୁମପାଇଁ
ଟିକକ ବଂଚିବା ଆଶାରେ
କେତେକାନ୍ଦେ ତୁମପାଇଁ
ଚେନାଏ ହସିବା ଇଚ୍ଛାରେ
କେତେ ଭାଙ୍ଗେ ମନ ମୋର
ତୁମସହ ଗଢିବା ସ୍ବପ୍ନରେ
କେତେଖୋଜେ ତୁମକୁ ମୁଁ
ରାଶି ରାଶି ନୀରବ ମୁହୂର୍ତ୍ତେ
କେତେ ରାତି ବିତାଇଛି
ତୁମପାଇଁ ଆଖିରେ ଆଖିରେ ।।
ଯେତେ ଖୋଜେ ତୁମକୁ ମୁଁ
ସେତେଯାଅ ମୋ’ଠାରୁ ଦୂରେଇ
ତୁମେ ଭସା ବାଦଲର ଛାଇପରି
ଆଉ ମୁଁ ତୁଠ ପଥରର ମନ ନେଇ
ତଥାପିବି ତୁମର ପ୍ରତୀକ୍ଷା କରେ
କାହିଁ କେବେ ଅଚାନକ ଆସି
ତୁମେ ଲେଉଟି ନଯାଅ ମୋ ଦାଣ୍ଡ ଦୁଆରୁ
ଆଉ ମୁଁ କେବେ ପାଲଟି ନଯାଏ ତୁମପାଇଁ
ଅପେକ୍ଷାର ସ୍ବର ।।