ସୋନପୁରରେ ଦୀପାବଳି ଅବସରରେ ଖୋଲିଲା ଗ୍ରାମୀଣ ବଜାର ଷ୍ଟଲ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଚଳିତ ଦୀପାବଳୀ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଓରମାସ ତରଫରୁ ଦୀପାବଳୀ ଉପକରଣ ସମାହାରକୁ ନେଇ ସ୍ଥାନୀୟ ବ୍ଲକ ଛକ ଠାରେ ଗ୍ରାମୀଣ ଉତ୍ପାଦର ଟେରାକୋଟା ଷ୍ଟଲ ଖୋଲାଯାଇଛି। ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ ଏହି ସ୍ୱତନ୍ତ୍ର ଗ୍ରାମୀଣ ବଜାର ଷ୍ଟଲ ଗୁଡିକର ଶୁଭ ଉଦଘାଟନ କରିଛନ୍ତି। ଏହି ଷ୍ଟଲରୁ ଦୀପାବଳୀ ପାଇଁ ସହରରେ ବସବାସ କରୁଥିବା ଜନସାଧାରଙ୍କ ପାଇଁ ନିଶ୍ଚିତ ଭାବେ ଉପଯୋଗୀ ହୋଇପାରିବ ବୋଲି କହିବା ସହ ଜନସାଧାରଣ ଏହି ବଜାରରୁ ସେମାନଙ୍କ ମନ ପସନ୍ଦର ଅନେକ ଗୁଡ଼ିଏ ଦୀପାବଳୀ ଉପଯୋଗୀ ଜିନିଷ ସହ ମାଟି ନିର୍ମିତ ଘର କରଣା ଜିନିଷ, ଟେରାକୋଟା ମନୋହରି ଉତ୍ପାଦ ସୁଲଭ ଓ ଶସ୍ତା ଦରରେ ପାଇପାରିବେ। ଏହି ବଜାର ରେ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ମାଟି କାରିଗର ଙ୍କ ଦ୍ୱାରା ମାଟିରେ ନିର୍ମିତ ଟେରାକୋଟା ସୁନ୍ଦର ସୁନ୍ଦର ଘର ସାଜ ସଜ୍ଜା ଜିନିଷ ଉପଲବ୍ଧ ହେଉଛି। ଉଦଘାଟନ ଅବସରରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ କୁମାର ମେହେର, ସିଇଓ ଓରମାସ ସମୀର କୁମାର ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ଓରମାସ କାର୍ଯ୍ୟାଳୟ ର ଦେବାଶିଷ ମିଶ୍ର ସହ ସମସ୍ତ ଅଧିକାରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.