ଜୟ ପ୍ରକାଶ ସାନ୍ଧ୍ୟ ଡ଼ିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପକ୍ଷରୁ ଆଲୋଚନାଚକ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଜୟପ୍ରକାଶ ସାନ୍ଧ୍ୟ ଡ଼ିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ସ୍ନାତକ ବିଭାଗ ତରଫରୁ ଓଡ଼ିଆ ଭାଷା, ନାଟକ ଓ ଧର୍ମ ସମ୍ପର୍କରେ ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଛବିଲାଲ ସାହୁ, ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢୀ ଏବଂ ପାଠାଗାର ନିୟନ୍ତ୍ରିକା ନାଜନିନ୍ ସୁଲତାନା ଯୋଗ ଦେଇଥିଲେ। ସମସ୍ତ ଅଧ୍ୟାପକମାନଙ୍କ ଉପସ୍ଥିତିରେ ମହାବିଦ୍ୟାଳୟର ଓଡ଼ିଆ ସ୍ନାତକ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଚକ୍ରଟି ଓଡ଼ିଆ ସ୍ନାତକ ବିଭାଗର ଅଧ୍ୟାପକ ପରମେଶ୍ୱର ମୁଣ୍ଡଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ଅର୍ଥନୀତି ବିଭାଗର ଅଧ୍ୟାପକ ତଥା କଣ୍ଠଶିଳ୍ପୀ ଶୁଭେନ୍ଦୁ କୁମାର ପାଢୀ ଏକ ଜଗନ୍ନାଥ ଭଜନ ଗାନ କରିଥିଲେ। ଏଥିରେ ପୂର୍ବ ଆଲୋଚନାଚକ୍ର ଗୁଡିକରେ ଭିତ୍ତିପ୍ରବନ୍ଧ ଉପସ୍ଥାପନା କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଏହି ଆଲୋଚନା ଚକ୍ରରେ ସମୁଦାୟ ତେର (୧୩) ଗୋଟି ଭିତ୍ତି ପ୍ରବନ୍ଧ ଉପସ୍ଥାପିତ ହୋଇଥିଲା । ତରୁଣସେନ ଚାଲନ, ରୁବି ସେଠି, ନରେଶ ଭାଟି, ଶିବାନୀ ନାଏକ, ନିରାକାର ରଣା, ସୀମା ମହାରଣା, ଅଶ୍ବିନ ସାହୁ, ସଭ୍ୟା କୁମାରୀ ନାଏକ, ସୁଦର୍ଶନ ମାଝୀ,ଆରତୀ କରୁଆଁ, ପୂଜା କାଣ୍ଡ, ଅଲେଖ ରଣା ଓ ବିକାଶ ତୁଳ ପ୍ରମୁଖ ଭିତ୍ତି ପ୍ରବନ୍ଧ ଗୁଡିକ ପଠନ କରିଥିବା ବେଳେ ପ୍ରମିଳା ମେହେର, ସମୀର ନାୟକ, ରବି ମାଝୀ, ସୀମାଞ୍ଚଳ ମାଝୀ, ଅରବିନ୍ଦ ଶବର, ଧର୍ମେନ୍ଦ୍ର ମାଝୀ, ଲୋଚନା ମାଝୀ, ହେମନନ୍ଦ ଶବର, ସୋନାଲି ବାଗ, ପୁରୁଷୋତ୍ତମ ନାଏକ, ସୀମାଞ୍ଚଳ ହରିଜନ, ଦୂତୀକ ଜାନି ଓ ତୃପ୍ତି ଚଣ୍ଡୀ ପ୍ରମୁଖ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଯଶୋବନ୍ତ ରଣା, ଜ୍ୟୋତିବ୍ରହ୍ମା ଭୋଇ, ସୁଜିତ କୁମାର ରଣା, ପ୍ରମିଳା ମେହେର, ବିକ୍ରମ ବେମାଲ, ରିହା ପୁରୋହିତ, ଧରିତ୍ରୀ ମାଝୀ, କୈଳାସ ହଂସ ପ୍ରମୁଖ। ସସ୍ମିତା ନାଏକ, ସଭ୍ୟା କୁମାରୀ ନାଏକ ଓ ବୃନ୍ଦାବତୀ ହରିଜନ ପ୍ରାରାମ୍ଭିକ ସଂଗୀତ ଗାନ କରିଥିବା ବେଳେ ମୁକେଶ ଗଉଡ଼ ସଂଗୀତ ପ୍ରଦାନ କରିଥିଲେ। ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଯଶୋବନ୍ତ ରଣା। ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ରିହା ପୁରୋହିତ। ବିଭିନ୍ନ ପର୍ଯ୍ୟାୟର ଧନ୍ୟବାଦ ଅର୍ପଣ କରିଥିଲେ ଜୟନ୍ତୀ ଗହୀର, ଆକାଶ ମାଝୀ, ସୁମନ୍ତ କୁମାର ତାଣ୍ଡି ଏବଂ ସମ୍ପୂର୍ଣ୍ଣ ଆଲୋଚନା ଚକ୍ରର ଧନ୍ୟବାଦ ଅର୍ପଣ କରିଥିଲେ ସସ୍ମିତା ନାଏକ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.