ଲଡୁଗାଁ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ: ବିଡ଼ିଓଙ୍କୁ ଦାବିପତ୍ର ଦେଲେ ୱାର୍ଡ ସଭ୍ୟ, ସଭ୍ୟା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସାଧାରଣତଃ ଜଣେ ଜନ ପ୍ରତିନିଧିକୁ ଲୋକେ ବାଛନ୍ତି ନିଜର ସମସ୍ୟା ଓ ସାମୁହିକ ସମସ୍ୟା ଦୂର କରିବାକୁ। ହେଲେ କୌଣସି କାରଣ ବଶତଃ ସେହି ଜନପ୍ରତିନିଧି ଅନୁପସ୍ଥିତ ରୁହନ୍ତି ତେବେ ବିଭିନ୍ନ ସମସ୍ୟା ସହ ଅଞ୍ଚଳର ଉନ୍ନୟନ କାମରେ ବ୍ୟାଘାତ ଉପୁଜି ଥାଏ। ଏମିତି ଏକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି କୋକସରା ବ୍ଲକ ଲଡ଼ୁଗାଁ ପଞ୍ଚାୟତବାସୀ। ଏନେଇ ଶୁକ୍ରବାର ୱାର୍ଡ ସଭ୍ୟ ସଭ୍ୟା ମାନେ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Omkar Vasthu
Omkar Vasthu

ଦାବି ମୁତାବକ ଦିର୍ଘ ୨ମାସରୁ ଉର୍ଦ୍ଧ୍ବ ହେବ ସରପଞ୍ଚଙ୍କ ଦେହ ଅସୁସ୍ଥ ରହିଥିବା ଯୋଗୁଁ ପଞ୍ଚାୟତର ସମସ୍ତ କାର୍ଯ୍ୟରେ ଅସୁବିଧା ହେଉଛି। ଏଥିଯୋଗୁଁ ଜନ ସାଧାରଣ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ଆଜି ୱାର୍ଡ ସଭ୍ୟ ରୁଦ୍ର ପ୍ରସାଦ ଦାସ, ରାଜେଶ କୁମାର ସାହୁ, ପଦ୍ମ ମହକ ଧଙ୍ଗଡାମାଝୀ, ପ୍ରକାଶ ପୁଝାରୀ, ରୁକମନ ଦାସ, ସୋଭାଙ୍ଗିନୀ ହଂସ, ଅଷ୍ଟମୀ ଦଣ୍ଡସେନା, ରୁକ ଶବର, ବାସନ୍ତୀ ସୋରି, ଜାନକି ପାନ, କୁନ୍ତଳା ମଙ୍ଗରାଜ, ସୁଭାଷିନୀ ନିଆଲ ପ୍ରମୁଖଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର କୋକସରା ବିଡ଼ିଓ ବିଶ୍ବନାଥ ରାଉତଙ୍କୁ ପ୍ରଦାନ କରିଛନ୍ତି। ଏଥି ସହିତ ପୂର୍ବରୁ ଥିବା ପିଇଓ ବର୍ତ୍ତମାନର ପିଇଓଙ୍କୁ ଆଜି ପର୍ଯ୍ୟନ୍ତ ଦାୟିତ୍ବ ଦେଇ ନଥିବା ଯୋଗୁଁ ଉନ୍ନୟନ ମୁଲକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଅନ୍ୟପଟେ ବିଡ଼ିଓ ଶ୍ରୀ ରାଉତ ଅଭିଯୋଗ ବିଷୟରେ ଆଲୋଚନା କରିବି ବୋଲି କହିଥିବା ଜଣାପଡିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.