ସଇଁତଲାଠାରେ ଦଳିତ ଆଦିବାସୀ ଏକତା ସଙ୍ଘ ପକ୍ଷରୁ ୭୫ତମ ସମ୍ବିଧାନ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଲା ବିବେକାନନ୍ଦ ପାଠାଗାର ଠାରେ ଦଳିତ ଆଦିବାସୀ ଏକତା ସଙ୍ଘ ପକ୍ଷରୁ ୭୫ ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି l  ପ୍ରଥମେ ବାବା ସାହେବ ଡ଼ ଭୀମରାଓ ଆମ୍ବେଦକରଙ୍କ ଫୋଟୋରେ ଫୁଲମାଲ ଦେଇ ପୂଜାର୍ଚନା ପରେ ଜୟ ଭୀମ, ଜୟ ସମ୍ଭିଧାନ ବୋଲି ନାରା ଦିଆଯାଇଥିଲା l ଏଠାରେ ଦଳିତ ଏବଂ ଆଦିବାସୀ ମାନଙ୍କ ଉପରେ ସାମ୍ଭିଧାନିକ ଅଧିକାର ଉପରେ ଅତିଥି ମାନେ ବକ୍ତବ୍ୟ ରଖିଥିଲେ l ଏହି କାର୍ଯ୍ୟକ୍ରମଟି ଦଳିତ ଆଦିବାସୀ ଏକତା ସଙ୍ଘର ସଭାପତି ପ୍ରେମ ଭୋଇ ଓ ଆଇନଜୀ ପ୍ରୀତିସାଗର ମହାନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ l ଦଳିତ ଆଦିବାସୀ ଏକତା ମଞ୍ଚର ବରିଷ୍ଠ ଉପଦେଷ୍ଟା ତପୀଧର କୁମ୍ଭାର, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଇଁତଲା ବ୍ଲକ ସଭାପତି ସନ୍ତୋଷ ପୁଟା, ସମିତି ସଭ୍ୟ ମଣ୍ଟୁ ନାଗ, ଦେବହରୀ ଛତ୍ରିଆ, ଯୁବରାଜ ମାଝୀ, ଦେବେନ ଭୋଇ, ଶ୍ରମିକ ନେତା କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.