ବ୍ରେକିଂ : ପଞ୍ଚାୟତ କୋଠା ନିର୍ମାଣ ଦାବୀରେ ବୋଡେନ୍ – ଖରିଆର ମୁଖ୍ୟ ରାସ୍ତା ଅବରୋଧ 

ପଲସଦା ଗାଁରେ ନୂତନ ଗ୍ରାମ ପଞ୍ଚାୟତ କୋଠା ନିର୍ମାଣ ଦାବୀ ତେଜିଲା

ନୂଆପଡା/ବୋଡେ଼ନ,୧୯/୭ : ବୋଡେ଼ନ ବ୍ଲକର ପଲସଦା ଗ୍ରାମବାସୀ ଆଜି (ଶୁକ୍ରବାର) ସକାଳୁ ବୋଡେ଼ନ୍ – ଖରିଆର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ଗ୍ରାମବାସୀଙ୍କ ଦାବୀ ହେଲା ପଲସଦା ଗାଁ ରେ ନୂତନ ପଞ୍ଚାୟତ କୋଠା ନିର୍ମାଣ । ପୂର୍ବ ସୂଚନାରୁ ପ୍ରକାଶଯେ, ପଞ୍ଚାୟତି ରାଜ ବିଭାଗ ର ଚିଠି ସଂଖ୍ୟା ୨୩୮୮ ତା ୨୮/୦୪/୨୦୧୭ ଅନୁସାରେ ପଲସଦା ଗାଁ ପାଇଁ ପଞ୍ଚାୟତ କୋଠା ନିର୍ମାଣ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସ୍ଥାୟୀ ବାସଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଆସିଥିଲା । 

ଚିଠି ଅନୁଯାଇ ଉକ୍ତ ଜମିକୁ କେତେକ ସ୍ୱାର୍ଥପର ଲୋକ ଅଧିକାରୀଙ୍କ ସହ ମିଶି ଜମିକୁ ନିଜର ନାଁରେ କରି କୋଠା ନିର୍ମାଣ କୁ ବିରୋଧ କରୁଥିବାର ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ଏ ନେଇ ପଲସଦା ଗ୍ରାମ ବାସୀ ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ।  ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ଉଚ୍ଚ ପଦସ୍ଥ ଅଧିକାରୀ ଘଟଣା ସ୍ଥଳକୁ ପହଞ୍ଚି ନ ଥିବା ବେଳେ ଗ୍ରାମବାସୀ ରାସ୍ତା ଅବରୋଧ ଜାରି ରଖିଥିବା ସୂଚନା ମିଳିଛି ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.