ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ମଝିପଡ଼ା ରାମଜୀ ମନ୍ଦିର ଠାରେ ଜିଲ୍ଲା ଯାଦବ ସମାଜର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ସମାଜର ଅବିବାହିତ ପୁଅ ଝିଅ ମାନଙ୍କ ବିବାହ ଯୋଗ ସୂତ୍ର ଆଲୋଚନା ଥିଲା ଏହାର ମୂଳ ଲକ୍ଷ୍ୟ। ଶ୍ରୀ କ୍ଷୀର ମୋହନ ଅଦାବରଙ୍କ ପୌରହିତ୍ୟରେ ଓ ମନ ବୋଧ ଭୋଇ, ଡ଼ା ସୌରୀ ନାରାୟଣ ଷାଣ୍ଢ ଙ୍କ ତତ୍ଵାବଧାନରେ ଏହି ସଭା ଅନୁଷ୍ଟିତ ହୋଇଥିଲା। ଯୁବ ଯାଦବ ସମାଜର ସଭାପତି ସୁରେଶ କୁମାର ଷାଣ୍ଢ, ଯାଦବ ସମାଜ ପୌରାଞ୍ଚଳ ସଭାପତି ପ୍ରଫୁଲ୍ଲ ନାଏକ, ଜିଲ୍ଲା ଯାଦବ ସମ୍ପାଦକ ପିତବାସ ଭୋଇ, କୋଷାଧ୍ୟକ୍ଷ ଅଭିମନ୍ୟୁ ବଗର୍ତ୍ତି, ବିଏମପୁର ବ୍ଲକର ଇନ୍ଦ୍ରଜିତ୍ ପରୁଆ, ବସନ୍ତ ମହାକୁଡ଼, ବିନିକା ବ୍ଲକର ଆଦିତ୍ୟ ବାଗ, ଉଲୁଣ୍ଡା ବ୍ଲକର କନ୍ଦର୍ପ ବାଘ ପ୍ରମୁଖ ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ। ସମ୍ବଲପୁର ଜିଲ୍ଲାର କୃଷ୍ଣ ଗୁରୁ ଆଦାବର୍, ହୀରାକୁଦର ଲକ୍ଷ୍ମଣ ପୋଡ଼ ଯୋଗ ଦେଇଥିବା ବେଳେ ମହିଳା ସଦସ୍ୟ ଶ୍ରୀମତୀ ସଂଯୁକ୍ତା ଆଦାବର୍, ସବିତା ଷାଣ୍ଢ, ପୁଷ୍ପାଞ୍ଜଳି ବାଘ୍, ଜୟନ୍ତୀ ନାଏକ, କଳ୍ପନା ଭୋଇ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ। ସଭା ଶେଷରେ ଡ଼ା ନାରାୟଣ ନାଏକ ଧନ୍ୟ ବାଦ ଅର୍ପଣ କରିଥିଲେ।